ଫୁଲ ତୋଳିବା ବେଳେ ଅଘଟଣ: ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର […]

ସଂପୂର୍ଣ୍ଣ ପଢନ୍ତୁ

‘ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା’

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର। ଗଜପତିଙ୍କ ପରେ ଏପରି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର (ଜଗୁନି)। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି। ନିହାତି ଖୋଲାଯାଉ। ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ ବୋଲି ଜଗୁନି କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ […]

ସଂପୂର୍ଣ୍ଣ ପଢନ୍ତୁ

ମହାଆଡ଼ମ୍ବରରେ ଇଦ୍ ଉଲ ଫିତର ପାଳନ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଓଡ଼ିଶାର ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ପାଳୁଛନ୍ତି । ସହରର ବିଭିନ୍ନ ମସଜିଦରେ ନମାଜ ପାଠ କରାଯିବାର ବ୍ୟବସ୍ଥା ହୋଇଛି । କମିଶନରେଟ […]

ସଂପୂର୍ଣ୍ଣ ପଢନ୍ତୁ

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଏକ ବନ୍ଧୁକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଖୋଜା ଖୋଜି କରୁଛନ୍ତି । ମାସେ ମଧ୍ୟରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର । ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭତରକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆଉ ୨ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅବଧିକୁ କେନ୍ଦ୍ର ସରକାର ଆଉ ୨ବର୍ଷ ବୃଦ୍ଧିକରିଛନ୍ତି । ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇନଥିବାରୁ ଟ୍ରିବ୍ୟୁନାଲଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏହି ଟ୍ରିବ୍ୟୁନାଲ ଗଠନ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର:ପରଲୋକରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର ।  ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତ ମହାପାତ୍ର ସାମ୍ବାଦିକତା କ୍ଷେତ୍ରରେ ଜଣାଶୁଣା ନାଆଁ ଥିଲେ। ସମ୍ବାଦ, ନିତିଦିନ, ସକାଳ ଭଳି ଖବରକାଗଜ ସହିତ ଲୋକାଲ୍‌ କେବୁଲ୍‌ ଚ୍ୟାନେଲ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

କ୍ଷମତା ନୁହେଁ, ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ୫ଟି ସଚିବ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ବିଜେଡି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି  ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଲେ, ‘କ୍ଷମତା ହସ୍ତାନ୍ତର କରାଯାଇନି  ।   କର୍ତ୍ତବ୍ୟ  କରିବାକୁ ଦାୟିତ୍ବ ଦିଆଯାଇଛି’ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ  ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଯେପରି ଦାୟିତ୍ୱ ଦିଅନ୍ତି  ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ

ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି ସଚିବ ଦାସତ୍ୱ ଗ୍ରହଣ କରିଛନ୍ତି । ଟିକେଟ କାଟିବା ଓ ଜେଲ ଯିବା ଭୟରେ ୫ଟି ସଚିବଙ୍କ ସେବା କରୁଛନ୍ତି । କେନ୍ଦ୍ରର ଚିଠିକୁ ଛୋଟ ଭାବିବା ମୁର୍ଖାମୀ,ଏହା ଆଟମ ବମ୍ ଭଳି । […]

ସଂପୂର୍ଣ୍ଣ ପଢନ୍ତୁ