ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର। ସୂଚନା ଅନୁସାରେ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ସୌରୀନ । ସୌରୀନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡକାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ଅଧିବେଶନରେ କେନ୍ଦ୍ର ସରକାର ୧୦ରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ସେପ୍ଟେମ୍ବର ୪ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି […]

ସଂପୂର୍ଣ୍ଣ ପଢନ୍ତୁ

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ । ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କ୍ୟାନ୍ସର । ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ପୂର୍ବରୁ କ୍ୟାନ୍ସର ଚିକିତ୍ସା ଅପେକ୍ଷା ବର୍ତ୍ତମାନ ଉନ୍ନତ […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କଟକ:  ୭ ଜନ୍ମର ସାଥୀ ହେବେ ବୋଲି ପ୍ରତିଶ୍ରୁତି ଦେଇ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । କଥା ରଖିଲେ । ଏକାଠି ଜିଇଁଲେ, ଏକାଠି ମୃତ୍ୟୁକୁ ଆଦରି ନେଲେ ।  କିନ୍ତୁ ୭ ଜନ୍ମ ପାଇଁ ନୁହେଁ, ୭ ମାସ ପାଇଁ । ବିବାହାର ୭ ମାସ ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ବନ୍ଦ ଘରୁ ମିଳିଛି ସେମାନଙ୍କ ମୃତଦେହ । ଏପରି ଦୁଃଖଦ ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

ISRO ବୈଜ୍ଞାନିକଙ୍କ ସହ ଅଭଦ୍ରାମୀ, ଅଫିସ୍‌ ଯାଉଥିବା ବେଳେ ସ୍କୁଟି ଚାଳକ କଲେ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବୈଜ୍ଞାନିକ ବେଙ୍ଗାଲୁରୁ ରାସ୍ତାରେ ଅଭଦ୍ରାମୀର ଶିକାର ହୋଇଛନ୍ତି। ବୈଜ୍ଞାନିକ ଜଣକ ହେଲେ ଆଶିଷ ଲାମ୍ବା। ଆଶିଷ ଅଫିସ୍‌ ଯାଉଥିବା ବେଳେ ଜଣେ ସ୍କୁଟର ଚାଳକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣା ବୈଜ୍ଞାନିକଙ୍କ କାର୍‌ର ଡ୍ୟାସ୍‌ବୋର୍ଡରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି। ଆଶିଷ ଭିଡିଓ ସେୟାର କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ଅଗଷ୍ଟ ୨୯ ତାରିଖ ସକାଳ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ଯାଳୟକୁ ଧସେଇ ପସିବାକୁ ଉଦ୍ଯମ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଆଜି ଦିଗପହଣ୍ଡି ବ୍ଲକ […]

ସଂପୂର୍ଣ୍ଣ ପଢନ୍ତୁ

ଜୋହାନ୍ସବର୍ଗରେ ନିଆଁର ତାଣ୍ଡବ; ୬୩ ଜଣ ଜୀବନ୍ତ ଦଗ୍ଧ

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। 63ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 40ରୁ ଅଧିକ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋଅରୁ ସମୟରେ ଏହି ଦୁଃଖଦାୟକ ଘଟଣା ଘଟିଛି। ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ, କୋଠାର ଏକାଧିକ ମହଲାକୁ ବ୍ୟାପିଯାଇଥିଲା। ଫଳରେ […]

ସଂପୂର୍ଣ୍ଣ ପଢନ୍ତୁ

ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ପାଳନ ହୋଇଛି ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ବାହୁରେ ବାନ୍ଧିଛନ୍ତି ମାଆ ସୁଭଦ୍ରା । ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ସିଂହାରୀ ସେବକଙ୍କ ଦ୍ୱାରା ରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ପ୍ରିମିୟର ଲି କିୟାଙ୍ଗଙ୍କୁ ବେଜିଂର ପ୍ରତିନିଧି ରୂପେ ନୂଆଦିଲ୍ଲୀ ବୈଠକରେ ଭାଗ ନେବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ