ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଆଜି ବୈଠକ ହୋଇଯାଇଛି | ଓଡ଼ିଶାରେ ରାଜ୍ୟପାଳ ଦାୟିତ୍ୱ ନେବା ପରେ କୁଳାଧିପତି ଭାବେ ପ୍ରଥମ ଥର କୁଳପତିମାନଙ୍କ ସହ ବୈଠକ କରିଛନ୍ତି ରଘୁବର ଦାସ | ତେବେ ବୈଠକ ନେଇ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଛନ୍ତି ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷାର ମାନ ବୃଦ୍ଧି କିଭଳି ହୋଇପାରିବ, କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରହିବ ଏ ସବୁ ଉପରେ ଆଲୋଚନା ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଏନଆଇଟି, ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ନକ୍ସଲ ଦମନ ସଫଳ ହୋଇଛି: ବିଏସଏଫ ଆଇଜି

ଭୁବନେଶ୍ବର: ଓଡ଼ିଶାରେ ନକ୍ସଲ ଗଡ଼ ଦମନ ହୋଇଛି। ଏଭଳି କହିଛନ୍ତି ବିଏସଏଫ ଆଇଜି। ସେ କହିଛନ୍ତି, ନକ୍ସଲ ଗଡ଼ କୋରାପୁଟ ଓ ମାଲକାନଗିରିରୁ ନକ୍ସଲ ସଙ୍ଗଠନ ଛତ୍ରଭଙ୍ଗ ଦେଇଛନ୍ତି। ମାଟି ଭିତରେ ଲୁଚାଇଥିବା ଅନେକ ମାଓ ସାମଗ୍ରୀ ଜବତ କରୁଛି ବିଏସଏଫ। କନ୍ଧମାଳ ଉପରେ ବିଏସଏଫର ସ୍ବତନ୍ତ୍ର ଫୋକସ ରହିଛି। ମାଓ ଦମନ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁଛି ବୋଲି ବିଏସଏଫ ଆଇଜି କହିଛନ୍ତି।ବିଏସଏଫର ଅପରେସନ ପାଇଁ ମାଓପ୍ରବଣ ଅଞ୍ଚଳର ଚିତ୍ର ବଦଳିଛି। ଗୁଇନ୍ଦା […]

ସଂପୂର୍ଣ୍ଣ ପଢନ୍ତୁ

ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ

ଭୁବନେଶ୍ବର: ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଛି “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ପୂର୍ବରୁ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲା। ଆଜି ସେହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଷ୍ଟିକର ଲାଗିଛି। ଏହା ସହ ” ଆମେ ପଢ଼ିବୁ, ବଢ଼ିବୁ, ଶ୍ରେଷ୍ଠ ହେବୁ”ର ଷ୍ଟିକର ମଧ୍ୟ ଲଗାଯାଇଛି।କ୍ୟାପିଟାଲ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ନବରଙ୍ଗପୁରକୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। […]

ସଂପୂର୍ଣ୍ଣ ପଢନ୍ତୁ

ତୁଟୁନି ଟୋକନ ସମସ୍ୟା, ବଢୁଛି ଅସନ୍ତୋଷ

ବରଗଡ଼ : ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୯ଦିନ ପୂରିଛି। ତେବେ ଅନ୍ୟ ଥର ଭଳି ଏଥର ମଧ୍ୟ ଜିଲାର ଅନେକ ଚାଷୀ ଟୋକନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ମିଳିଥିବା ଟୋକନରେ ବିକ୍ରି ଦିବସ ବହୁ ବିଳମ୍ବିତ ରହିଛି। ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଫଳରେ କେତେକ ଚାଷୀ ବିଭିନ୍ନ ମଣ୍ଡିକୁ ଆଣି ଧାନ ଗଦା କରିଥିବାବେଳେ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ

ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ  : ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ ଏବଂ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ହେବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। କୋଣାର୍କ ଉତ୍ସବ ପାଇଁ ମୁକ୍ତାକାଶ ରଙ୍ଗମଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

କୃଷି ଯୋଜନାରୁ ଫାଇଦା ନେବେ ଶିଳ୍ପପତି

ଯାଜପୁର  : ଦୀର୍ଘ ଦୁଇ ଦଶନ୍ଧି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ଶେଷ ହେବାକୁ ଯାଉଥିବା କାନପୁର ଜଳସେଚନ ପ୍ରକଳ୍ପରେ ବଳକା ପାଣି ନାହିଁ। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟରେ ଏହା ସ୍ପଷ୍ଟ ହୋଇ ସାରିଛି। ତଥାପି ଏହି ପ୍ରକଳ୍ପ ପାଣିରେ ବର୍ଷର ୭ ମାସ ଧରି ୫ଟି ଶିଳ୍ପ କମ୍ପାନୀର ସ୍ଲରି ପାଇପ୍‌ ଲାଇନ ଚଳାଇବାକୁ ନିଶ୍ଚିତ ଜଳଯୋଗାଣ ପାଇଁ ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ମିଳିବ ଏନ୍‌ଇଇଟି, ଜେଇଇ କୋଚିଂ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲ୍‌ରେ ଏନ୍‌ଇଇଟି ଏବଂ ଜେଇଇ କୋଚିଂ ମିଳିବ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଅନ୍‌ଲାଇନ୍‌ ବା ଭର୍ଚୁଆଲରେ କୋଚିଂ ପାଇଁ ଯୋଜନା ହୋଇଛି। ତେଣୁ ସ୍ମାର୍ଟ ଟିଭି ସହ […]

ସଂପୂର୍ଣ୍ଣ ପଢନ୍ତୁ