କ୍ରୁଟ୍‌ ମୋ’ ବସ୍‌ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍‌

ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍‌ ସହିତ ୫୫ ମିଡି ବସ୍‌ (୨୫ ନୂତନ ଏବଂ ୩୦ ପୁରୁଣା)କୁ ନେଇ ଚଳାଚଳ ଶୁଭାରମ୍ଭ ହୋଇଥିଲା। ଜୁନ୍‌ ୨୦୨୨ ସୁଦ୍ଧା ଏଥିରେ ଆହୁରି ୫୦ଟି ବସ୍‌ ଯୋଗ ହୋଇଥିଲା। ଜାନୁୟାରୀ ୨୦୨୩ରେ ମୋ’ ବସ୍‌ ସେବାକୁ ବଢ଼ାଇ ୧୦୦ ମିଡି ବସ୍‌ […]

ସଂପୂର୍ଣ୍ଣ ପଢନ୍ତୁ

୧୧ଟି ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨ ହଜାର କୋଟି

ଭୁବନେଶ୍ବର/ନବରଂଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ। ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ ଜାଳିଦେଲା ପୁଲିସ!

କନ୍ଧମାଳ : ଗଞ୍ଜେଇ ଚାଷ ଓ ଚାଲାଣର ଭୂସ୍ୱର୍ଗ ପାଲଟିଛି କନ୍ଧମାଳ ଜିଲ୍ଲା। ଆଉ ସେହି ବେଆଇନ୍‌ ଗଞ୍ଜେଇ ଚାଷକୁ ରୋକିବା ଲାଗି କନ୍ଧମାଳ ପୁଲିସ ତରଫରୁ ଏବେ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ଆଜି ଦାରିଙ୍ଗବାଡି ଥାନା ପୁଲିସ୍‌ ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ଦେଇଛି।ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ଘଞ୍ଚ ଜଙ୍ଗଲରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା। ଏ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ; ଓଡ଼ିଶା ସିଭିଲ ପରୀକ୍ଷା ପାଇଁ ବୟସ ସୀମା ୩୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ ଅବସର ନେବେ। ଏହା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ପରବର୍ତ୍ତୀ ଡିଜି ନିଯୁକ୍ତି ଯାଏଁ ଏହି ଦାୟିତ୍ବ ତୁଲାଇବେ। ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ସ୍ବତନ୍ତ୍ର ପୁଲିସ୍ ଡିଜି ପାହ୍ୟାରେ ଅବସ୍ଥାପିତ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରି ୫ରେ ରାୟଗଡ଼ା ବନ୍ଦ ଡ଼ାକରା

ରାୟଗଡ଼ା: ଚଳିତ ମାସ ଡିସେମ୍ବର ୨୧ତାରିଖରେ ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଜକୁ ଦଶଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି ପାରୁନାହିଁ। ଫଳରେ ପୀଡିତ ପରିବାରମାନଙ୍କୁ ନ୍ୟାୟ ମିଳୁନାହିଁ। ଆଦିବାସୀ ମାଟିରେ ଆଦିବାସୀ ଯୁବତୀ ତଥା ସଂପ୍ରଦାୟର ଯୁବକଯୁବତୀଙ୍କୁ ହତ୍ୟା କରାଯାଉଛି। ହତ୍ୟାକାରୀକୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି। ତେଣୁ ଏହାର ପ୍ରତିବାଦରେ ଆସନ୍ତା ଜାନୁଆରି ୫ତାରିଖ ଦିନ ସକାଳ […]

ସଂପୂର୍ଣ୍ଣ ପଢନ୍ତୁ

ଖଲିପତ୍ର, କପଡ଼ାରେ ପ୍ରସ୍ତୁତ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ–‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଏବେ ପିକନିକ ୠତୁ ଆରମ୍ଭ ହୋଇଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତ ହେବେ ପରିଚିତ, ଶ୍ରୀମନ୍ଦିର ଦର୍ଶନ ପାଇଁ ହୋଇଛି ଅନେକ ପରିବର୍ତ୍ତନ

ପୁରୀ: ଇଂରାଜୀ ନୂଆବର୍ଷ-୨୦୨୪ ପାଇଁ ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଦେଖାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଉଛି। ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତମାନେ ପରିଚିତ ହେବେ। ନୂଆବର୍ଷରେ ନୂଆ ଅନୁଭୂତି ପାଇବେ। ଦର୍ଶନ ବ୍ୟବସ୍ଥାରେ ଏସି ଟନେଲ ଯୋଡିହେବ। ବଡଦାଣ୍ଡରେ ଭକ୍ତ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ବିଶ୍ରାମ ନେବେ। ଆଉ ଶ୍ରୀଦାଣ୍ଡର ଭକ୍ତଙ୍କ ବିଶ୍ରାମ ପାଇଁ ନିର୍ମାଣ ହେଉଛି ଏସି […]

ସଂପୂର୍ଣ୍ଣ ପଢନ୍ତୁ

ରଣକ୍ଷେତ୍ର ପାଲଟିଲା ମୀରଟ ମ୍ୟୁନିସପାଲ କର୍ପୋରେସନ, ପରସ୍ପରକୁ ପିଟିଲେ କାନସିଲର୍‌

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୀରଟ ମ୍ୟୁନିସପାଲ କର୍ପୋରେସନରେ ଆଜି ଅଭବାନୀୟ ଘଟଣା ଘଟିଛି। ବୈଠକ ବେଳେ ଘଟିଛି ତୁମୁଳକାଣ୍ତ। ରଣକ୍ଷେତ୍ର ପାଲଟିଛି ସଭାଗୃହ। ସମାଜବାଦୀ ପାର୍ଟି, ବିଜେପି ଓ ବହୁଜନ ସମାଜ ପାର୍ଟିର କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ବିଧା, ମୁଥ ଓ ଗୋଇଠାରେ ପୂରା କର୍ପୋରେସନ ଦୋହଲି ଯାଇଛି।ବୈଠକ ବେଳେ ବିଜେପି କାଉନସିଲର ରେଖା ସିଂହ ଗୃହ ଟିକସ ସମ୍ପର୍କରେ ବିବୃତି ରଖିବା ବେଳେ ମାରପିଟ ଦେଖିବାକୁ ମିଳିଛି। ରେଖା ଗୃହ ଟିକସ […]

ସଂପୂର୍ଣ୍ଣ ପଢନ୍ତୁ

ଅଯୋଧ୍ୟାଗସ୍ତରେ ଯାଇ ଦଳିତଙ୍କ ଘ‌ରେ ପହଞ୍ଚି ଚା’ ପିଇଲେ ମୋଦୀ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଥିବାରୁ ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ‌ାଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି।ଏଥିସହିତ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଦଳିତ ମହିଳା ମୀରା ମାଂଝୀଙ୍କୁ ଭେଟି ତାଙ୍କ ଘରେ ତିଆରି ହୋଇଥିବା ଚା’ ପିଇଥିଲେ ଏବଂ ଘର ଲୋକଙ୍କ ସହ ଅନେକ ସମୟ ଧରି କଥା ବି ହୋଇଥି‌ଲେ । ଏହି ସମୟର କିଛି […]

ସଂପୂର୍ଣ୍ଣ ପଢନ୍ତୁ