Pooja

ଆଇଏଏସ ପଦ ହରାଇଲେ ପୂଜା, ଭବିଷ୍ୟତରେ ବି ଦେଇ ପାରିବେନି ପରୀକ୍ଷା

ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି। ସେ ତାଙ୍କ ଆଇଏଏସ୍‌ ପଦ ହରାଇଛନ୍ତି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ ସେ ଆଉ ୟୁପିଏସ୍‌ସି ପରୀକ୍ଷା ଦେଇ ପାରିବେ ନାହିଁ। ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ […]

ସଂପୂର୍ଣ୍ଣ ପଢନ୍ତୁ
Rain

ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ପାଞ୍ଚଟି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ବୁଧବାର ଅପରାହ୍ନରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଜଗତସିଂହପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ପାଇଁ ଆଗାମୀ ୩ ଘଣ୍ଟା ଯାଏଁ ଏହି ଆଲର୍ଟ ଜାରି କରାଯାଇଛି। ତେବେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ତଦନୁଯାୟୀ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ
Alu

କଟକ ଦହିବରା ଆଳୁଦମକୁ ମିଳିବ ଜିଆଇ ଟ୍ୟାଗ !

କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ ।  କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ ।  ଏହାର୍ ସ୍ଵାଦ ମଧ୍ୟ କାହାକୁ ଅଜଣା ଅଛପା ନୁହେଁ ।  ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ ନେବା ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।  ସରକାର ଏ ପ୍ରସଙ୍ଗରେ ନେଇଥିବା ପଦକ୍ଷେପ ଉପରେ ବିଧାୟିକା ମଧ୍ୟ ସନ୍ତୋଷବ୍ୟକ୍ତ କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Ola

ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି

ଭୁବନେଶ୍ୱର: ରାଜ୍ୟର ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ନେଇ ସୂଚନା ମିଳିଛି l କିନ୍ତୁ ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି ରାଜ୍ୟ ସରକାର l ଦୁର୍ନୀତିରେ ସାମିଲ ଥିବା ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସୁନ୍ଦରଗଡ଼ରେ ସର୍ବାଧିକ ୩୨ କୋଟି ୨୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ସମ୍ବଲପୁରରେ ୩୦ କୋଟିର ଦୁର୍ନୀତି ହୋଇଛି l ସେହିପରି କେନ୍ଦୁଝରରେ ୧୭ କୋଟି, ବ୍ରହ୍ମପୁରରେ […]

ସଂପୂର୍ଣ୍ଣ ପଢନ୍ତୁ
Rwe

ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ଜିଏସ୍‌ଟି ହଟାଇବାକୁ ନିର୍ମଳାଙ୍କୁ ଚିଠି ଲେଖିଲେ ନିତିନ

ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁ ହୋଇଛି ୧୮% ଜିଏସ୍‌ଟି। ଏହି ଦୁଇ ପ୍ରକାର ବୀମା ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ତେଣୁ ତୁରନ୍ତ ଏହି ଟ୍ୟାକ୍ସକୁ ପ୍ରତ୍ୟାହାର କରିବାକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖି ଅପିଲ କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ। ନାଗପୁର ଡିଭିଜନାଲ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ […]

ସଂପୂର୍ଣ୍ଣ ପଢନ୍ତୁ
Hp 1

ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ, ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଏବେ ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ ହେବା ଦ୍ୱାରା କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାଯାଇଛି। ସୂଚନାଯୋଗ୍ୟ, ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ […]

ସଂପୂର୍ଣ୍ଣ ପଢନ୍ତୁ
Image 1722409346

କୋଚିଂ ସେଣ୍ଟର ପାଇଁ ନୂଆ ଆଇନ୍‌ ଆଣିବେ ଦିଲ୍ଲୀ ସରକାର

ଆଗକୁ କୋଚିଂ ସେଣ୍ଟର ପାଇଁ ଆସିବ ନୂଆ ଆଇନ୍‌। କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ। ଦିଲ୍ଲୀର ରାୟସ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ଆତୀଶି ଘୋଷଣା କରିଛନ୍ତି। କୋଚିଂ ସେଣ୍ଟର ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଅଧିକାରୀ, ଛାତ୍ରଙ୍କୁ ନେଇ ଦିଲ୍ଲୀ […]

ସଂପୂର୍ଣ୍ଣ ପଢନ୍ତୁ
Image 1722410769

୧୬ ଲକ୍ଷରୁ ଅଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ ରହିଛନ୍ତି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାସନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Ctc Doctoe 2

ୱାୟନାଡ଼ ଭୂସ୍ଖଳନ: ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତ୍ୟୁ, ଏବେ ବି ଆଉ ଜଣେ ନିଖୋଜ

ଭୁବନେଶ୍ୱର : ୱାୟନାଡ଼ ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ମୃତ । ଚୌଦ୍ବାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ଡାକ୍ତର ସ୍ୱାଧୀନ ପଣ୍ଡା । ଡାକ୍ତର ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବାନ୍ଧବୀ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୬ ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲିବାକୁ ଯାଇଥିଲେ । ସେଠାରୁ ୱାୟନାଡ଼ ଯାଇ ଲିନରାଭିଲ୍ଲାେ ରହିଥିଲେ। ଏହି ଘଟଣାରେ କେରଳ […]

ସଂପୂର୍ଣ୍ଣ ପଢନ୍ତୁ
Missing 1722402132

ବ୍ରିଜ ଉପରେ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ, ଖୋଜୁଛି ଅଗ୍ନିଶମ ବାହିନୀ

କଟକ: ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ଥିବା ନେଇ ବଢୁଛି ସସ୍‌ପେନ୍ସ। ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢିଛି। କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର […]

ସଂପୂର୍ଣ୍ଣ ପଢନ୍ତୁ