Eweqw

ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି ପରିବାର ଲୋକେ । ତେବେ ନାବାଳକ ଜଣକ ହେଲେ ଲେଞ୍ଜିପୁଟ ଗ୍ରାମର ପର୍ଶୁରାମ ହନ୍ତାଳଙ୍କ ୮ ବର୍ଷର ପୁଅ । ସେ ଗତ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Sweet 1730367152

ଦୀପାବଳିରେ ପରସ୍ପରକୁ ମିଠା ଦେଲେ ଭାରତ ଓ ଚାଇନା ସେନା, ପାଟ୍ରୋଲିଂ ଆରମ୍ଭ

ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ ହୋଇଥିଲା। ଆଜି ଦୁଇ ଦେଶର ସେନା ଏଲଏସିର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି। ଏଥିସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପୂର୍ବ […]

ସଂପୂର୍ଣ୍ଣ ପଢନ୍ତୁ
Wild Elephant.1.2022185

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ ଥିଲେ । କାମାକ୍ଷାନଗର: ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ […]

ସଂପୂର୍ଣ୍ଣ ପଢନ୍ତୁ
Bhadrakali

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ସାତ ଦିନ ଧରି ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ମା’ଙ୍କୁ ଏହି ବେଦମାତା ବେଶରେ ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ
Image 1730362785

‘ଭାରତ-ଚାଇନା ସମ୍ପର୍କ ଆହୁରି ସୁଧୁରିବ, ଅପେକ୍ଷା କର’

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କିନ୍ତୁ ଏଥିପାଇଁ ସମୟ ଲାଗିବ ଓ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ‘ବଡ଼ା ଖାନା’ କାର୍ଯ୍ୟକ୍ରମ ଅବସରରେ ତେଜପୁରସ୍ଥିତ ଗଜରାଜ କୋର […]

ସଂପୂର୍ଣ୍ଣ ପଢନ୍ତୁ
Tigress Jamuna

ବାରହା ଶିକାର କଲା ବାଘୁଣୀ ‘ଯମୁନା’

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର କରିଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ। ସେ କହିଛନ୍ତି, ଯମୁନାର ଗତିବିଧି ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର […]

ସଂପୂର୍ଣ୍ଣ ପଢନ୍ତୁ
Bullet 1730307357

ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା: ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ସନ୍ଦେହ

ପୁରୀ: ପୁରୀ ରେଳଷ୍ଟେସନ ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ଜଣାପଡୁଛି । ୧୫ଟି ପ୍ୟାକେଟରେ ୧୫୦ଟି ଗୁଳି ରହିଥିଲା । ଏହାର ବାଲେଷ୍ଟିକ ପରୀକ୍ଷା କରାଯିବ। ଗୁଳି କେଉଁଠୁ ଆସିଲା, କିଭଳି ଆସିଲା, କେଉଁ ପରିସ୍ଥିତିରେ ପୁରୀ ଷ୍ଟେସନରୁ ମିଳିଲା ତାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରଯାଇଛି। ଜିଆରପି ଅଧିକାରୀ ସନ୍ତୋଷ କୁମାର ବାହିନୀପତିଙ୍କ ସୂଚନା ଦେଇଛନ୍ତି ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ କୋଚ […]

ସଂପୂର୍ଣ୍ଣ ପଢନ୍ତୁ
Highcourt

ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ

କଟକ: ଏଣିକି ଜେଲରେ ଶ୍ରମ କରୁଥିବା କଏଦୀଙ୍କୁ ମିଳିବ ପୋଷାକ ଯୁକ୍ତ ଖାଦ୍ୟ। ଯେଉଁଥିରେ ଦିନକୁ ଦିଆଯାଉଥିବା ଖାଦ୍ୟରେ ଆହୁରି ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ। ଆଜି କିଛି ଏପରି ଶୁଣାଣି ହୋଇଛି ହାଇକୋର୍ଟରେ। ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଏଣିକି ଦିନକୁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ମିଳିବ। ଏନେଇ ଗତ ୨୯ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରି […]

ସଂପୂର୍ଣ୍ଣ ପଢନ୍ତୁ
Pm Modi 1730358801

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ ଇଲେକ୍ସନ ଓ ସେକୁଲାର ସିଭିଲ କୋଡ ଦିଗରେ ଆଗକୁ ବଢୁଛି ବୋଲି ମୋଦି କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ […]

ସଂପୂର୍ଣ୍ଣ ପଢନ୍ତୁ
Sfdfs

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନଦ୍କାର ଦୂର ହେଉ ଜ୍ଞାନ […]

ସଂପୂର୍ଣ୍ଣ ପଢନ୍ତୁ