ବବପ

କେଜ୍ରିୱାଲଙ୍କୁ ‘ନିର୍ବାଚନୀ ହିନ୍ଦୁ’ କହି ଫଟୋ ପୋଷ୍ଟ କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଯାହାକୁ ନେଇ ତେଜିଛି ରାଜନୀତି। କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ (ନିର୍ବାଚନୀ ହିନ୍ଦୁ) ବୋଲି କହି କଟାକ୍ଷ କରିଛି ବିଜେପି। ଏକ୍ସ ହ୍ୟାଣ୍ଡେଲରେ ଦିଲ୍ଲୀ ବିଜେପି ‘ଭୁଲ୍ ଭୁଲେୟା’ ଚଳଚ୍ଚିତ୍ରର ଏକ ପୋଷ୍ଟର ସେୟାର କରିଛି, ଯେଉଁଥିରେ ରାଜପାଲ ଯାଦବଙ୍କ ସ୍ଥାନରେ କେଜ୍ରିୱାଲଙ୍କ ଫଟୋ ଏଡିଟ୍ କରାଯାଇଛି। ଏହା ସହ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court Of India

ବନ୍ଦ ହେବ ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା !

ନୂଆଦିଲ୍ଲୀ : ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା ଭଳି ଧାରାକୁ ବନ୍ଦ କରିବା ଦିଗରେ ସୁପ୍ରିମକୋର୍ଟ ବିଚାର କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ହାଇକୋର୍ଟ କଲେଜିୟମ୍‌ ଗୁଡିକ ଆବଶ୍ୟକ ଅସ୍ଥାୟୀ ନିର୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି। ନିର୍ଦେଶାବଳୀରେ ଯେଉଁ ଓକିଲ କିମ୍ବା ଆଇନ ଅଧିକାରୀଙ୍କ ପିତାମାତା କିମ୍ବା ପରିବାରର ନିକଟ ସମ୍ପର୍କୀୟ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିବେ କିମ୍ବା ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବେ ସେମାନଙ୍କ ନାମକୁ ହାଇକୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ
ବବ

ଇସ୍ରାଏଲ ଉପରେ ୟେମେନ ସେନାର ବଡ଼ ଆକ୍ରମଣ, ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ୟେମେନ ସେନା ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ବିମାନବନ୍ଦର ଏବଂ ପାୱାର ଷ୍ଟେସନ ଉପରେ ମିଶାଇଲ ମାଡ କରିଛି ୟେମେନ ସେନା। ଅପରପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ, ୟେମେନ ସେନା ପକ୍ଷରୁ ନିକ୍ଷେପ କରାଯାଇଥିବା ମିଶାଇଲଗୁଡ଼ିକୁ ସେମାନେ ଗୁଳି କରି ଖସାଇ ଦେଇଛନ୍ତି। ଇସ୍ରାଏଲ ସେନା କହିଛି ଯେ, ଇସ୍ରାଏଲ ଆକାଶ ସୀମାରେ ପ୍ରବେଶ କରିବା ପୂର୍ବରୁ ମିଶାଇଲଗୁଡ଼ିକୁ ନଷ୍ଟ କରିଦିଆଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ
ଗଗ

ବିଜେପି ନେତାଙ୍କ ‘କେରଳ ମିନି ପାକିସ୍ତାନ’ ବୟାନକୁ ନିନ୍ଦା କଲେ ପିନରାୟି ବିଜୟନ

ତ୍ରିଭେନ୍ଦ୍ରମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରି କେରଳକୁ ମିନି ପାକିସ୍ତାନ କହିବା ପରେ ବିବାଦରେ ବିଜେପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନୀତେଶ ରାଣେ। ଏହାକୁ ନେଇ ଜାତୀୟ ରାଜନୀତି ତେଜିଥିବାବେଳେ ଚାରିଆଡ଼ୁ ନୀତେଶଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାରି ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବିଜେପି ନେତାଙ୍କୁ ସମାଲୋଚନା କରିବା ସହ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ବୋଲି କହିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
ଭଭଭଭ

ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍‌ ସାଂସଦଙ୍କ ପତ୍ନୀ

ନୂଆଦିଲ୍ଲୀ : ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାସୀନ ଆପ୍‌ ଓ ବିଜେପି ମଧ୍ୟରେ ଭୋଟର ତାଲିକାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଭୋଟର ତାଲିକାରୁ ବିଜେପି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀଙ୍କ ନାଁ ଡିଲେଟ କରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ନିଜେ ସଞ୍ଜୟ ସିଂହ ଏପରି ଅଭିଯୋଗ ଆଣିବାରୁ ଆଜି ବିଜେପି ପକ୍ଷରୁ ଏହାକୁ କାଉଣ୍ଟର କରାଯାଇଛି। ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ
ଭଭଭ

୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ

ଇମ୍ଫାଲ : ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ। ଚଳିତ ବର୍ଷ ନୂଆ ସମ୍ଭାବନା ସହ ଶେଷ ହୋଇଛି ଓ ୨୦୨୫ରେ ରାଜ୍ୟରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶା ରଖିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, “ପୂରା ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ
କକ

ରାସ୍ତା ମଝିରେ ଦୁଇ ବାଇକ୍‌ ମୁହାଁମୁହିଁ; ୨ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର : ମଝି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯାଇଛି ୨ ଯୁବକଙ୍କ ଜୀବନ। ଅନ୍ୟ ଜଣେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁରରେ ଘଟିଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗାଁର ପୂର୍ଣ୍ଣ ମାଝୀ ମେଗା ଜଳ ଯୋଗାଣ ପ୍ରକଳ୍ପରେ ୱାଲ ଅପେରଟର ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ସେ ତେନ୍ତୁଳିଖୁଣ୍ଟି ଗାଁର ଏକ ହଟେଲକୁ ଖାଇବାକୁ ଯାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Odisha Secretariat

ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

ଭୁବନେଶ୍ବର : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଅର୍ଥାତ ପୁଣି ଥରେ ଲୋକସେବା ଭବନ ଗେଟ୍‌ରେ ପ୍ରବେଶ କରି ପାରିବେ ସାମ୍ବାଦିକ । ଏଥିପାଇଁ ନୂଆ ସରକାର ଗ୍ରୀନ୍‌ ସିଗନାଲ ଦେଇଥିବା ବେଳେ ଖୁବ୍‌ ଶୀଘ୍ର ଏହା ଲାଗୁ ହେବ । […]

ସଂପୂର୍ଣ୍ଣ ପଢନ୍ତୁ
Zzz

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ପୁରୀ: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଆପ୍ରନ ପିନ୍ଧିଷ୍ଟେଥୋ ସ୍କୋପ ପକାଇ ୭ ଦିନ ହେଲା ସେ ମେଡ଼ିକାଲରେ ବୁଲୁଥିଲେ। ଏହାସହିତ ସେ ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁନଥିଲେ। ଏହି ନକଲି ଡାକ୍ତର ଜଣକ କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ନର୍ସିଂ ଷ୍ଟାଫଙ୍କ ଅଭିଯୋଗ ପରେ ମେଡ଼ିକାଲ ଫାଣ୍ଡି ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ସେ ପୁରୀ ଏସସିଏସ କଲେଜର […]

ସଂପୂର୍ଣ୍ଣ ପଢନ୍ତୁ
Zz

ଚୋରାମଦ କାରବାରକୁ ନେଇ ତାତିଲେ ମହିଳା, ଟାୟାର ଜାଳି ରାସ୍ତାରୋକ

ରାଜନଗର: ଚୋରାମଦ ବ୍ୟବସାୟୀଙ୍କ ପାଦୁର୍ଭାବରେ ଅତିଷ୍ଠ ହୋଇ ରାସ୍ତାରୋକ କଲେ ମହିଳା। ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ଶତାଧିକ ମହିଳା ମଙ୍ଗଳବାର ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇଂରାଜୀ ନୂତନ ବର୍ଷକୁ ନେଇ ପର୍ଯ୍ୟଟକମାନେ ଭିତରକନିକା, ପେଣ୍ଠ ଭଳି ଅନେକ ସ୍ଥାନକୁ ଯାଇ ବଣଭୋଜିର ମଜା ନେଉଥିବାବେଳେ ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ମହିଳାମାନେ ରାସ୍ତାରୋକ କରିଛନ୍ତି। ଟାୟାର ଜାଳିବା ସହିତ ରାସ୍ତା ଉପରେ ବାଉଁଶ ବାନ୍ଧି ପ୍ରତିବାଦ […]

ସଂପୂର୍ଣ୍ଣ ପଢନ୍ତୁ