Zzzzzzz

୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ

ପୁରୀ : ପାଖେଇ ଆସୁଛି ନୂଆବର୍ଷ। ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍‌ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସଦ୍ୟତମ ସୂଚନା ମୁତାବକ, ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିହେବ। ସାଧାରଣ ଭକ୍ତ କେବଳ […]

ସଂପୂର୍ଣ୍ଣ ପଢନ୍ତୁ
Image 1735483923

ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅଦିନିଆ ବର୍ଷା ମାଡ଼ରେ ମେରୁଦଣ୍ଡ ନଇଁ ଯାଇଥିବା ଚାଷୀଙ୍କ ପାଖରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଜି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସରକାରଙ୍କ ପାଖରେ ସହାୟତା ପାଇଁ କାନ୍ଦି କାନ୍ଦି ଗୁହାରୀ କରିଛି ଚାଷୀ। ଆଉ ଏପଟେ ବିରୋଧୀ, ସରକାରଙ୍କ ବିଫଳତା ନେଇ ଟାର୍ଗେଟ କରିଛନ୍ତି। ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ, ଅଣ୍ଟା ସଳଖିବା ମୁସ୍କିଲ। […]

ସଂପୂର୍ଣ୍ଣ ପଢନ୍ତୁ
Zx

ଚାଷୀଙ୍କ ଆଖିରେ ଲୁହ, ତୁନି କରାଇଲେ ଉପମୁଖ୍ୟମନ୍ତ୍ରୀ

ଭଦ୍ରକ 29/12 : ଅଦିନିଆ ବର୍ଷାରେ ଧାନ ଗଜା ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭେଟିବା ବେଳେ କାନ୍ଦି ପକାଇଲେ ଚାଷୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଭଗବାନପୁର ପଂଚାୟତ ଅଧିନ ଜୟକୃଷ୍ଣ ପୁର ଅଞ୍ଚଳ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ । ଯିବା ବେଳେ ରାସ୍ତାରେ ଗଜା ହୋଇଥିବା ଧାନ ଧରି ଠିଆ ହୋଇଥିଲେ ଚାଷୀ । ଅଟକି ଯାଇଥିଲେ ପ୍ରଭାତୀ ପରିଡ଼ା । ତାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦୁଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Zzzzz

ଅପରେସନ ଲୋଟସ ଚଳାଇ ଦିଲ୍ଲୀ ଭୋଟର ତାଲିକା ଟାମ୍ପରିଂ କରୁଛି ବିଜେପି: କେଜରିୱାଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି “ଅପରେସନ୍ ଲୋଟସ୍” ମାଧ୍ୟମରେ ଦିଲ୍ଲୀରେ ଭୋଟର ତାଲିକା ଟାମ୍ପରିଂ କରୁଛି ବୋଲି ସେ କହିଛନ୍ତି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ଡିସେମ୍ବର ୧୫ ରୁ ଏହି ଅପରେସନ୍ କରିଆସୁଛି ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି। ରବିବାର (ଡିସେମ୍ବର ୨୯) ଏକ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି “ଦିଲ୍ଲୀରେ ବିଜେପି ଏହାର ପରାଜୟକୁ ଗ୍ରହଣ କରିସାରିଲାଣି। ମୁଖ୍ୟମନ୍ତ୍ରୀ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗୀ ଆଦିତ୍ୟନାଥଙ୍କ ଘର ତଳେ ଶିବଲିଙ୍ଗ ରହିଛି, ତୁରନ୍ତ ଖୋଳାଯାଉ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ ଏକ ‘ଶିବଲିଙ୍ଗ’ ଅଛି, ଏବଂ ଏହାକୁ ଖନନ କରାଯିବା ଉଚିତ।  ନିକଟରେ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନେଇ ଅଖିଳେଶ ଏହି କଟାକ୍ଷ କରିଛନ୍ତି। ଗତ ସପ୍ତାହରେ, ଉତ୍ତରପ୍ରଦେଶର ସମ୍ୱଲରେ ଖନନ୍ କରି ସର୍ଭେ କରାଯାଉଥିବା ବେଳେ ୧୮୫୭ ବିଦ୍ରୋହର ଯୁଗର ୨୫୦ ଫୁଟ ଗଭୀର ଏକ ଷ୍ଟେପୱେଲ ମିଳିଥିଲା। ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଉକ୍ତ ସ୍ଥାନରେ ଦୁଇଟି ବୁଲଡୋଜର ଖନନ […]

ସଂପୂର୍ଣ୍ଣ ପଢନ୍ତୁ
X

ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି

ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ କା ଟିଲା ନିକଟରେ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନମୋହନ ସିଂହଙ୍କ ପରିବାର ଲୋକେ ଓ କିଛି ଶିଖ ନେତା ଉପସ୍ଥିତ ଥିଲେ। ଶନିବାର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀ ନିଗମ ବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁସାରେ ରବିବାର […]

ସଂପୂର୍ଣ୍ଣ ପଢନ୍ତୁ
2 171 1735482489616

ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’

ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ ପାଳନ ନ କରିବାକୁ ଓ କାହାରିକୁ ନବବର୍ଷର ଅଭିନନ୍ଦନ ନଜଣାଇବାକୁ ଫତୱାରେ ତାଗିଦ୍ କରାଯାଇଛି। ଏହି ଫତୱାରେ ନୂଆ ବର୍ଷ ପର୍ବ ପାଳନ କରିବାକୁ ଯୋଜନା […]

ସଂପୂର୍ଣ୍ଣ ପଢନ୍ତୁ
Delhi 1735481538

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ

ନୂଆଦିଲ୍ଲୀ : ପୋକ୍‌ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ ଭାବେ ଯୌନ ନିର୍ଯାତନା ନୁହେଁ। ଜଷ୍ଟିସ ପ୍ରତିଭା ଏମ ସିଂହ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ଏପରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କୁ ପୋକସୋ ମାମଲାରେ ଟ୍ରାଏଲ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ପୀଡ଼ିତା […]

ସଂପୂର୍ଣ୍ଣ ପଢନ୍ତୁ
Nandankanan E1672467627404 640x430 1

ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’

ବାରଙ୍ଗ ୨୯।୧୨: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮ରେ ପହଞ୍ଚିଛି । ଶନିବାର ହିମାଳୟ ଭାଲୁ ଏକ ଶାବକ ଜନ୍ମ ଦେଇଥିଲା । ପ୍ରାଣୀ ଉଦ୍ୟାନର ୧୬(ଖ) ଖୁଆଡରେ ରହୁଥିବା ହିମାଳୟ ମାଈ ଭାଲୁ ‘ମୁନି’ ଶନିବାର ସକାଳୁ ଏକ ଶାବକ ଜନ୍ମ ଦେଇଥିଲା । ଜନ୍ତୁ ରକ୍ଷକ ସକାଳୁ ଖୁଆଡ଼ରେ ‘ମୁନି’ ଶାବକ ଜନ୍ମ ଦେଇଥିବା ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପ୍ରାଣୀ ଚିକିତ୍ସକ […]

ସଂପୂର୍ଣ୍ଣ ପଢନ୍ତୁ
Ww

ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ସାଂସଦ ମୁନ୍ନା ଖାଁ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପରିବାରକୁ ଭେଟିଲେ

ନିଆଳି ୨୯।୧୨: ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାକୁ କଦର୍ଥ ବିଶ୍ଲେଷଣ କରିବା ଘଟଣା ପରେ ରବିବାର ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ପହଞ୍ଚିଥିଲେ ସାଂସଦ । ଜନ୍ମମାଟିକୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ପରେ ପୁଣ୍ୟତ୍ମା ରାମକୃଷ୍ଣ ନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିବାର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରି ଆଶୀର୍ବାଦ ଭିକ୍ଷା ସହ ଘଟଣାରେ ଭୁଲ ବୁଝିପାରିଥିବା ମୁନ୍ନା ଖାଁ କହିଥିଲେ । ଗତ ୬ ତାରିଖରେ ନବରଙ୍ଗପୁର ଜିଲ୍ଲା ମଣ୍ଡେଇ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ