ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିରହିଥିବାବେଳେ, ଆଜି ସକାଳୁ ସକାଳୁ ଟ୍ବିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ପାଗ ମେଘୁଆ ରହିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ରହିବା ସମ୍ଭାବନା ରହିଛି । ଗତକାଲି ୫ଟି ସହରର ତାପମାତ୍ରା ୪୦ […]

ସଂପୂର୍ଣ୍ଣ ପଢନ୍ତୁ

ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକ ଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପୁର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଦେଶର ସର୍ବୋଚ୍ଚ ନଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ତାଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଆଡଭାନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ରାଷ୍ଟ୍ରପତି ନିଜେ ତାଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଫେବ୍ରୁଆରୀ […]

ସଂପୂର୍ଣ୍ଣ ପଢନ୍ତୁ

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀଙ୍କୁ ଭେଟିଲେ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନରେ ଉଭୟଙ୍କ ଭେଟ୍‌ଘାଟ ହୋଇଛି। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୁନୀତା କେଜ୍ରିଓ୍ୱାଲ ଓ କଳ୍ପନା ସୋରେନଙ୍କ ଭେଟଘାଟ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଉଭୟ ପରସ୍ପରକୁ ଆଲିଙ୍ଗନ କମରୁଥିବା ନଜର ଆସିଛନ୍ତି। ସୁନୀତା କେଜ୍ରିଓ୍ୱାଲଙ୍କୁ ଭେଟିବା ପରେ କଳ୍ପନା କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ରେଳ ଫାଟକରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଲ୍ଲିପୁର ରେଳ ଫାଟକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଆଜି ସକାଳେ ଅଲ୍ଲିପୁର ରେଳ ଫାଟକ ନିକଟରେ ଯୁବକ ଜଣକ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ […]

ସଂପୂର୍ଣ୍ଣ ପଢନ୍ତୁ

ଜଟଣୀରୁ ସ୍ବାଧୀନ ଭାବେ ଲଢିବେ ସୁରଙ୍କ ବଡ଼ପୁଅ !

ଭୁବନେଶ୍ୱର,୩୦।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ ନେଇଛି। ତେବେ ପୁଣି ସୁରଙ୍କ ପରିବାରରେ ଟ୍ବିଷ୍ଟ ଆସିଛି। ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢିବା ନେଇ ବଡ଼ ବୟାନ ଦେଇଛନ୍ତି। କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ […]

ସଂପୂର୍ଣ୍ଣ ପଢନ୍ତୁ

ଏପ୍ରିଲ ପହିଲାରୁ ହେବ ବଡ଼ ପରିବର୍ତ୍ତନ, ବଦଳିଯିବ ଏସବୁ ନିୟମ

ଭୁବନେଶ୍ୱର,୩୦ା୩: ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ତେବେ ଏହି ପହିଲାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ। ଏଥିରେ ପାନ୍‌ କାର୍ଡ, ଆଧାର ଏବଂ ଡେବିଟ୍‌ କାର୍ଡ ସମ୍ବନ୍ଧରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ… – ଏପ୍ରିଲ ୨୦୨୪ଠାରୁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏକ ସ୍ବୟଂଚାଳିତ ପିଏଫ୍‌ ଆକାଉଣ୍ଟ ଟ୍ରାନ୍ସଫର ବ୍ୟବସ୍ଥା କାର୍ଯ୍ୟକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ଛାଡ଼ିଲେ ସିନେ ତାରକା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଏବେ ଆକାଶ ଦାସ ନାୟକ ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି। ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ନିର୍ବାଚନ ଲଢ଼ିବାକୁ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇବା […]

ସଂପୂର୍ଣ୍ଣ ପଢନ୍ତୁ

ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜୀବ। ଏପରିିକି ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ମଧ୍ୟ କଂଗ୍ରେସ ସ୍ୱରକୁ ଶାଣିତ କରିଥିଲେ ଚିରଞ୍ଜୀବ। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ବି ଥିଲେ ଚିରଞ୍ଜୀବ ବିଶ୍ୱାଳ। ପୂର୍ବରୁ ଦଳର ଅନେକ ଟାଣୁଆ […]

ସଂପୂର୍ଣ୍ଣ ପଢନ୍ତୁ

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ; ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପୂର୍ବାହ୍ନ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ […]

ସଂପୂର୍ଣ୍ଣ ପଢନ୍ତୁ