2

୫ ବର୍ଷ ହେଲା ଜଗା ରଥପାଇଁ ପଠାଯାଉଛି କାଠ: ଭଞ୍ଜନଗରରୁ ପ୍ରଥମ ପର୍ଯ୍ୟାୟରେ ଗଲା ରଥକାଠ

ରାଜ୍ୟ
Share

ଭଞ୍ଜନଗର : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁନ ୨୭ ତାରିଖରେ ହେବ। ତେଣୁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ପୁରୀ ରଥଖଳାରେ ଚାଲିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ରଥକାଠ ପୁରୀ ଅଭିମୂଖେ ଅଣାଯାଉଛ। ଏହିଭଳି ଗଞ୍ଜାମ ଜିଲା ଘୁମୁସର ଦକ୍ଷୀଣ ବନଖଣ୍ଡ ଏବଂ ଉତ୍ତର ବନଖଣ୍ଡରୁ ଆଜକୁ ୫ ବର୍ଷ ହେବ ପୁରୀ ରଥଯାତ୍ରା ପାଇଁ କାଠ ପଠାଯାଉଛି। ଏହିଭଳି ମଙ୍ଗଳବାର ଘୋଗଡ ସଂରକ୍ଷିତ ଜଙ୍ଗଲରୁ ୨୩ ଖଣ୍ଡ କାଠକୁ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ରଥ ଳା ଅଭିମୁଖେ କାଠ ଯାଇଛି। ଏହି ସମୟରେ ସେଠାରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବାଟରେ ଲୋକେ ମଧ୍ୟ ରଥକାଠ ଗାଡ଼ିକୁ ଅଟକାଇ ପୂଜାର୍ଚ୍ଚନା କରୁଥିଲେ। ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡରୁ ୮୪ ଖଣ୍ଡ କାଠ ପୁରୀ ଅଭିମୁଖେ ଯିବ ବୋଲି ଡିଏଫ ଓ ବିନୋଦ ଆଚାର୍ଯ୍ୟ ଏଠାରେ ସୂଚନା ଦେଇଛନ୍ତି।
ସେହିଭଳି ଉତ୍ତର ଘୁମୁସର ବନଖଣ୍ଡରୁ ୯୦ ଖଣ୍ଡ କାଠ ଯିବ। ପ୍ରଥମ ପର୍ଯ୍ୟାୟରେ ଯାଇଥିବା କାଠ ଗୁଡିକୁ ରଥ ଚକରେ ଲାଗିବ।
ସୂଚନାଯୋଗ୍ୟ, ପୁରୀ ରଥଯାତ୍ରା ପାଇଁ ଆବଶ୍ୟକ କାଠ ବର୍ତ୍ତମାନ ସବୁ ଜଙ୍ଗଲରେ ମିଳୁନାହିଁ। ତେଣୁ ରଥ ଯାତ୍ରାର ବହୁ ପୂର୍ବରୁ ବନ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ଭାବେ ବୈଠକ ହୋଇ କାଠ ଚୟନ ହୋଇଥାଏ। ପରେ କାଠ କାଟିବା ଯୋଜନା ହୋଇଥାଏ। ଆଜି ରଥ କାଠ ଯିବା ସମୟରେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଏସିଏଫ ବିବେକ କୁମାର ଦାସ, ଡ ରଶ୍ମି ରଞ୍ଜନ ସାଇଁ, ତାରସିଂରେଞ୍ଜର ପ୍ରଶାନ୍ତ କୁମାର ବେହେରା, ବନପାଳ ଶୁଭସ୍ମିତା ଦାସ,ସନ୍ତୋଷ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *