୨୦୨୪ ବର୍ଷରେ ଜିଡ଼ିପି ୮.୨% ରହିପାରେ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ କ୍ୱାର୍ଟରର୍‌ରେ ଦେଶର ଜିଡିପି ୭.୮% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ୭.୮% ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସମାନ […]

ସଂପୂର୍ଣ୍ଣ ପଢନ୍ତୁ

ଯୌନ ନିର୍ଯାତନା ମାମଲା: ସାଂସଦ ରେଭାନ୍ନାଙ୍କୁ ଜୁନ ୬ ଯାଏ ରିମାଣ୍ଡରେ ନେଲା ଏସ୍‌ଆଇଟି

ବେଙ୍ଗାଲୁରୁ : ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ରିମାଣ୍ଡରେ ନେଇଛି ଏସ୍‌ଆଇଟି। ଆଜି ଭୋରରୁ ଜର୍ମାନୀରୁ ଫେରିଥିବା ରେଭାନ୍ନାଙ୍କୁ ଏସ୍‌ଆଇଟି ଏୟାରପୋର୍ଟରୁ ହିଁ ଗିରଫ କରିଥିଲା। ଏହାପରେ ଅପରାହ୍ନରେ ତାଙ୍କୁ ବେଙ୍ଗାଲୁରୁର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁନ ୬ ଯାଏ ଏସ୍‌ଆଇଟି ହେପାଜତକୁ ପଠାଇ ଦେଇଛନ୍ତି। ଏହି ସମୟରେ ଏସ୍‌ଆଇଟି ତାଙ୍କୁ ଯୌନ ନିର୍ଯାତନା ଘଟଣାରେ ପଚରାଉଚରା […]

ସଂପୂର୍ଣ୍ଣ ପଢନ୍ତୁ

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜିଠୁ ବସିବେ ଧ୍ୟାନରେ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧ ତାରିଖରେ ଓଡ଼ିଶା ସମେତ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଭୋଟ ଗ୍ରହଣ ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯିବ। ଏହାପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ଏଥର ୭ଟି ପର୍ଯ୍ୟାୟରେ ୫୪୩ଟି ଲୋକସଭା ଓ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ବାଚନ ନ ସରିବା ପୂର୍ବରୁ ଏକଜିଟ୍ ପୋଲ: ଘରୋଇ ଟିଭି ଚ୍ୟାନେଲ ବିରୋଧରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନ ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ନ ସରିବା ଆଗରୁ ଏକଜିଟ୍ ପୋଲ ପ୍ରସାରଣ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡିର ବିଜ୍ଞାପନକୁ କାଉଣ୍ଟର କଲେ ଅଶ୍ୱିନୀ ବୈଷ୍ଣବ, ଦେଲେ ତଥ୍ୟ

ଭୁବନେଶ୍ବର : ବିଜେଡିର ବିଜ୍ଞାପନକୁ କାଉଣ୍ଟର କଲେ ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ କେନ୍ଦ୍ର ସରକାର ଓଡ଼ିଶାକୁ ଉପେକ୍ଷା କରିଥିବା ନେଇ ବିଜ୍ଞାପନ ଦେଇଛି ବିଜେଡି। ତେବେ ଏହାର ସତ୍ୟତା କେତେ, ତାହା ତଥ୍ୟ ସହିତ ଶୋସାଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। ଗତ ୬ ବର୍ଷରେ ରାଜ୍ୟରେ ନୂଆ ରେଳଲାଇନ ହୋଇନଥିବା ବିଜେଡି ବିଜ୍ଞାପନରେ ଉଲ୍ଲେଖ କରିଥିବା ବେଳେ, ସତ […]

ସଂପୂର୍ଣ୍ଣ ପଢନ୍ତୁ

ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌ କଟାଯାଇଛି: ଧର୍ମେନ୍ଦ୍ର

ଭୁବନେଶ୍ବର : “ନବୀନ ନିବାସର ନବୀନ ପଟ୍ଟନାୟକଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ତାଙ୍କ ରୁମ୍‌ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି।” ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ଖାମ୍‌ରେ ହଜାରେ ଟଙ୍କା ଭର୍ତ୍ତି କରି ବାଣ୍ଟୁଥିବା ଅଭିଯୋଗ: ୨ ଗିରଫ

ମୟୂରଭଞ୍ଜ: ଜୁନ୍ ୧ରେ ଓଡ଼ିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏପରିସ୍ଥଳେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ପୁଲିସ୍ ଧରିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ଗୋଧିମରା ଗାଁରେ ଭୋଟରଙ୍କୁ ଟଙ୍କା ବଣ୍ଟା ଚାଲିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଟଙ୍କା ନେଇ ଭୁବନେଶ୍ୱରୁ ଆସିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ବାଣ ବିସ୍ଫୋରଣ: ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ପୁର୍ବରୁ ଗୁରୁବାର ସକାଳେ ପୁରୀ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସମ୍ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି […]

ସଂପୂର୍ଣ୍ଣ ପଢନ୍ତୁ

ରାଉରକେଲା ସରକାରୀ ଡାକ୍ତରଖାନାରେ ୬ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବଡ଼ି ଟେମ୍ପରେଚର ୧୦୩, […]

ସଂପୂର୍ଣ୍ଣ ପଢନ୍ତୁ

ଅସମ୍ଭାଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା; ୪୭ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ବର : ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ୪୭ ଡିଗ୍ରୀ ଛୁଇଁଲା ତାତି। ଆଜି ଝାରସୁଗୁଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି। ଆଜି ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ X ରେ ଏନେଇ ସୂଚନା ଦେଇଛନ୍ତି। ଦାସ X ରେ ଜଣାଇଛନ୍ତି, ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ, ବରଗଡ଼ରେ ୪୬.୩ ଡିଗ୍ରୀ, […]

ସଂପୂର୍ଣ୍ଣ ପଢନ୍ତୁ