ଭୁବନେଶ୍ବର: ଜାଲିଆତି କରି କୋଟି କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ସୋମବାର ଏକ ଘରୋଇ କଂପାନିର ନିର୍ଦ୍ଦେଶକ ତଥା ଅଭିଯୁକ୍ତ ରାଜୀବ ଲୋଚନ ଦାସଙ୍କୁ ଗିରଫ କରିଛି। ଗିରଫ ପରେ ରାଜୀବଙ୍କୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହଜାର କରାଯାଇଛି।
ନିଶାମଣୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଲୁମେକ୍ସ ରିସୋର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଭିଯୁକ୍ତ ରାଜୀବ ଲୋଚନ ଜାଲିଆତି କରି ୫କୋଟି ୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହା ଥିଲା ୨୦୧୯ ମସିହାର ଘଟଣା। କିନ୍ତୁ ପରେ ଜଣାପଡ଼ିଥିଲା ଯେ, ଶ୍ରୀ ଦାସ ଜାଲିଆତି କରି ଟଙ୍କା ଋଣ ନେଇଥିଲେ।