ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଛତାବର ରାସ୍ତାକଡ଼ରେ ୩ ମୃତଦେହ

ରାଜ୍ୟ
Share

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ମୃତକଙ୍କ ମଧ୍ୟରେ ବାଙ୍କିବାହାଲ – ଟପରିଆ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ। ଅନ୍ଯ ଜଣଙ୍କର ପରିଚୟ ମିଳିପାରିନାହିଁ। ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ରାତିରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ରାସ୍ତାକଡ଼ରେ ପଡ଼ିଥିବାବେଳେ ଗତ ରାତିରେ ୩ ଜଣ ଦୁର୍ବୃତ୍ତ ଆସି ଚକ ଓ ଅନ୍ଯ ସାମଗ୍ରୀ ଖୋଲି ନେବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ରାସ୍ତା ନିର୍ମାଣକାରୀ ସଂସ୍ଥାର ସୁରକ୍ଷାକର୍ମୀ ବିରୋଧ କରିଥିଲେ, ଯାହାକୁ ନେଇ ଦୁର୍ବୃତ୍ତ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ମାରପିଟ ହୋଇଥିଲା। ଏଥିରେ ୨ ସୁରକ୍ଷାକର୍ମୀ ଓ ଜଣେ ଦୁର୍ବୃତ୍ତ ପ୍ରାଣ ହରାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *