ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା: କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ରାଜ୍ୟ
Share

ଭୁବନେଶ୍ବର: ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଜେଲ ବିଭାଗ। ଜେଲ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା। ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ମନୋଜ ଛାବ୍ରା। ସେ କହିଛନ୍ତି, ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। ଝାରପଡ଼ା ଓ ଚୌଦ୍ୱାର ପରେ ଆଉ ୭ ଟି ଜେଲକୁ ମିଳିବ ବଡି କ୍ୟାମେରା। ପ୍ରଥମ ପର୍ଯ୍ୟାୟରେ ଝାରପଡ଼ା ଓ ଚୌଦ୍ୱାରକୁ ମିଳିଥିଲା ୨୦ ଟି କ୍ୟାମେରା। ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଝାରସୁଗୁଡ଼ା, ସୁନ୍ଦରଗଡ଼,କୋରାପୁଟ ଜେଲରେ ଏହି ବ୍ୟବସ୍ଥା କରାଯିବ। ଭିଡିଓଗୁଡ଼ିକୁ କଣ୍ଟ୍ରୋଲ କରିବେ ସ୍ପେଶାଲ କଣ୍ଟ୍ରୋଲ ରୁମ।

Leave a Reply

Your email address will not be published. Required fields are marked *