ସୁରକ୍ଷାକର୍ମୀ ନଛାଡ଼ିବାରୁ ନିଜ ଛୁଆକୁ ମଞ୍ଚ ଉପରକୁ ଫୋପାଡ଼ିଲେ ବାପା; ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଦେଶବିଦେଶ
Share

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ରବିବାର କୁଶବାହା ସମାଜର ସମ୍ମିଳନୀରେ ସାମିଲ୍‌ ‌ହେବାକୁ ସାଗର ଜିଲ୍ଲାରେ ପହଞ୍ଚିଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ମଞ୍ଚ ଉପରେ ଥିବା ଚୌହ୍ବାନଙ୍କ ଉପରକୁ ନିଜ କଅଁଳା ଛୁଆକୁ ‌ଫୋପାଡ଼ିଥିଲେ। ଏହି ଘଟଣା ଘଟିବା ପରେ ସେଠାରେ ସଙ୍ଗେ ସଙ୍ଗେ ଲୋକ ଜମି ଯାଇଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀ ତୁରନ୍ତ ପିଲାକୁ ଉଠାଇ ତା’ ମାଆ କୋଳରେ ଦେଇ ଦେଇଥିଲେ।

ସୂଚନାରୁ ପ୍ରକାଶ ଯେ ଦିନ ମଜୁରି କରି ନିଜ ପରିବାର ପେଟ ପୋଷୁଥିବା ସାଗର ଜିଲ୍ଲାର ମୁକେଶ ପଟେଲ୍‌ ତାଙ୍କ ପତ୍ନୀ ନେହା ପଟେଲ୍‌ଙ୍କ ସହ ନିଜର ରୋଗୀଣା ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାହାଯ୍ୟ ମାଗିବାକୁ ଯାଇଥିଲେ। ଯେତେବେଳେ ସୁରକ୍ଷା କର୍ମୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଚୌହ୍ବାନଙ୍କ ପାଖକୁ ଯିବାକୁ ଦେଲେ ନାହିଁ ତ ରାଗରେ ନିଜ ପୁଅକୁ ବାରିକେଡ ଭିତରକୁ ହାତ କରି ମଞ୍ଚ ଉପ‌ରକୁ ଫିଙ୍ଗି ଦେଲେ ମୁକେଶ।
ତେବେ ଏପରି ଏକ ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରୁ ଉଠି ସେ ମହିଳାଙ୍କୁ ନିଜର ସମସ୍ୟା କହିବାକୁ ଅନୁମତି ଦେଇଥିଲେ। ମହିଳାଙ୍କ କହିବାନୁସାରେ ତାଙ୍କ ପୁଅ ଛାତିରେ ଏକ କଣା ଅଛି, ଯାହାର ଚିକିତ୍ସା ପାଇଁ ତାଙ୍କର ଆର୍ଥିକ ସହାୟତା ଆବଶ୍ୟକ। ଶିବରାଜ ଚୌହ୍ବାନ ପୂରା କଥା ଶୁଣିବା ପରେ ପିଲାର ମାଆବାପାଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ପିଲାଟି ୩ ମାସର ହୋଇଥିବା ବେଳେ ତା’ର ଏହି ସମସ୍ୟା ବିଷୟରେ ଜଣାପଡ଼ିଥିଲା। ‌ଏବେ ପିଲାକୁ ୧ ବର୍ଷ ହୋଇଗଲାଣି। ପିଲା ପିଛେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ବି ତା’ର ସମସ୍ୟା ଠିକ୍‌ ହୋଇନାହିଁ।

Leave a Reply

Your email address will not be published. Required fields are marked *