ନାବାଳିକା ଛାତ୍ରୀ ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷର ଜେଲ

ରାଜ୍ୟ
Share

ବାଲେଶ୍ଵର: ବାଲେଶ୍ୱର ସ୍ଵତନ୍ତ୍ର ପକସୋ ଅଦାଲତ ଦ୍ଵାରା ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ। ଏଥିସହ ପୀଡ଼ିତାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷକ ଜଣକ ସ୍ଥାନୀୟ ରାମପୁରର ବସନ୍ତ ଦାସ(୫୯)। ସ୍ଵତନ୍ତ୍ର ପକସୋ ଅଦାଲତର ବିଚାରପତି ରଞ୍ଜନ କୁମାର ସୂତାର ରାୟ ଶୁଣାଇଛନ୍ତି।ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ୨୦୧୯ ମସିହାରେ ଶିକ୍ଷକଜଣକ ନାବାଳିକାଙ୍କୁ ଘରକୁ ଡାକି ଚକୋଲେଟ୍ ଦେଇ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *