ଗୁଇନ୍ଦା ତଥ୍ୟ ହାସଲ ପାଇଁ ଏନଆଇଏ ସହ ଯୋଗାଯୋଗରେ ଏସଟିଏଫ୍

ରାଜ୍ୟ
Share

ଭୁବନେଶ୍ବର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସଆଇ ଏଜେଣ୍ଟଙ୍କ ହନିଟ୍ର‌ାପ ଘଟଣାରେ ଏସଟିଏଫ୍ ଏନଆଇଏ ସହ ଯୋଗାଯୋଗରେ ଥିବା ଜଣାଯାଇଛି। ଖୁବଶୀଘ୍ର ଏସଟିଏଫ୍ ସହ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ କଥା ହେବ ବୋଲି ସୂଚନା ମିଳିଛି।
ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା ରହିଥିବା ଜଣାଯାଇଛି। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତ ବିରୋଧରେ ସମନ ହୋଇଥିଲା। ହାଜର ନ ହେବାରୁ ଅଭିଯୁକ୍ତ ବିରୋଧରେ ଜାମିନବିହୀନ ପରୱାନା ଜାରି ହୋଇଥିଲା। ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି। ଗୁଡୁ କୁମାରର ଘର ସିଲିଗୁଡିରେ।
ଏଣେ ଏଏସଟିଏଫ୍ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ସେମାନେ ମ୍ୟୁଲ ଆକାଉଣ୍ଟ କରି ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ।
କ୍ରାଇମ୍ ବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ଯେଉଁ ୩ ଜଣଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ନୟାଗଡ଼ରୁ ଦୁଇଜଣ ଓ ଯାଜପୁରର ଜଣେ ଯୁବକ ଥିବା ଜଣାଯାଇଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା(୩୫), ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ(୨୬) ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ(୧୯)। ପଠାଣି ସାମନ୍ତ ଜଣେ ଆଇଟିଆଇ ଶିକ୍ଷକ। ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପଟପ, ୪୭ଟି ସିମ୍କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯/୪୨୦/୪୬୫/୪୬୭/୪୬୮/୪୭୧/ ୧୨୦(ବି)/୩୪ରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଆଜି ଭୁବନେଶ୍ବର ଏସ୍ଡିଜେମ୍ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏସଟିଏଫ୍ ତଦନ୍ତରୁ ଜଣାପଡ଼ିଛି ଯେ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୁକ୍ତମାନେ ଭାରତରେ ଲୁଚିଥିବା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ। ବର୍ଷେରୁ ଅଧିକ ହେବ, ସେମାନଙ୍କ ସହ ସମ୍ପର୍କରେ ଥିଲେ। ସେବେଠାରୁ ଗୁଇନ୍ଦାଗିରିରେ ସେମାନଙ୍କୁ ସହଯୋଗ କରିଆସୁଥିଲେ। ଗ୍ରାମାଞ୍ଚଳର ସରଳ, ନିରୀହ ଲୋକଙ୍କୁ ଅଳ୍ପ କିଛି ଅର୍ଥ ଦେଇ ସେମାନଙ୍କ ପରିଚୟପତ୍ରରେ ପୁଳାପୁଳା ସିମ୍ କିଣୁଥିଲେ। ସେହି ନମ୍ବରକୁ ବ୍ୟବହାର କରି ହ୍ବାଟସ୍ଆପ୍, ଟେଲିଗ୍ରାମ, ଇନଷ୍ଟାଗ୍ରାମ, ଫେସ୍ବୁକ୍ ଭଳି ସୋସିଆଲ୍ ମିଡିଆରେ ଆକାଉଣ୍ଟ ଖୋଲୁଥିଲେ।

Leave a Reply

Your email address will not be published. Required fields are marked *