ମାଗଣାରେ ମିଳୁଥିବା ପିଆଜକୁ ବୋହି ନେଇଗଲେ ଲୋକେ

ଦେଶବିଦେଶ
Share

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କ ଘରେ ରୋଷେଇ ସମୟରେ ପିଆଜକୁ ଖାଦ୍ୟରେ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ସମୟସମୟରେ ପିଆଜ ଦର ଆକାଶ ଛୁଆଁ ହୋଇଯାଇଥାଏ । ଏହି ସମୟରେ ସାଧାରଣଲୋକେ ଚାହିଁକି ବି ପିଆଜକୁ କିଣି ପାରନ୍ତି ନାହିଁ। ଏଥର କିନ୍ତୁ ଘଟଣା କିଛି ଓଲଟା ରହିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ପିଆଜ ମଣ୍ଡିରେ ପିଆଜ ପ୍ରତି କିଲୋ ପିଛା ୨ଟଙ୍କାରେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ଚାଷୀ ତାଙ୍କର ମୂଳଧନ ବି ପାଇ ପାରୁନାହାନ୍ତି। ଆଉ ଲାଭ କଥା ତ ଦୂରରେ। ପିଆଜର ହ୍ରାସ ପାଇଥିବା ଦରକୁ ନେଇ ଜଣେ ଚାଷୀ ନିରାଶ ହୋଇ କହିଥିଲେ, ‘କି‌ଲୋ ପିଛା ୨ଟଙ୍କାରେ ପିଆଜ ବିକ୍ରି କରିବା ବଦଳରେ ତାହାକୁ ମଗଣାରେ ଲୋକଙ୍କୁ ଦେଇ ଦେବା ଭଲ।’
ଉକ୍ତ ଚାଷୀ ମାଗଣାରେ ପିଆଜ ଦେଉଥିବା ଖବର ପ୍ରଘଟ ହେବାପରେ ଲୋକଙ୍କ ଭିଡ଼ ଜମିଥିଲା। ପିଆଜ ନେବା ପାଇଁ ଲୋକେ ମାଡ଼ପିଟା ବି ହୋଇଯାଇଥିଲେ। ଯିଏ ଯେତେ ପାଇଥିଲେ ପିଆଜକୁ ବ୍ୟାଗରେ ଭରି ଚାଲି ଯାଇଥି‌ଲେ।
ଏହି ଘଟଣା ମଧ୍ୟପ୍ରଦେଶର ଖଣ୍ଡୱାରେ ଘଟିଥିବା ଜଣାପଡ଼ିଛି। ମଗଣାରେ ଲୋକଙ୍କୁ ପିଆଜ ଦେଉଥିବା ଚାଷୀଙ୍କ ନାମ ଘନଶ୍ୟାମ ପଟେଲ ବୋଲି ଜଣାପଡ଼ିଛି। ତେବେ ଦୁଃଖର ବିଷୟ କି ନିଜ ମନରେ କଷ୍ଟ ରଖି ଘନଶ୍ୟାମ ମାଗଣାରେ ପିଆଜ ଲୋକଙ୍କୁ ଦେଉଥିବା ବେଳେ ଗ୍ରାହକ ଥରଟେ ହେଲେ ବି ଚାଷୀଙ୍କ ଦୁଃଖ ପଚାରି ନଥିଲେ।
ଘନଶ୍ୟମ ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ‘ପିଆଜର ଉଚିତ ଦର ଲଗାଯାଉ। ନଚେତ ତାଙ୍କର ଯେତିକି କ୍ଷତି ହୋଇଛି ତାହାର ଭରଣ କରାଯାଉ।’

Leave a Reply

Your email address will not be published. Required fields are marked *