ଚୀନର ଉହାନ୍ ଲ୍ୟାବରୁ ବ୍ୟାପିଥିଲା କରୋନା, ମିଳିଲା ପ୍ରମାଣ

ଦେଶବିଦେଶ
Share

ୱାଶିଂଟନ୍: ଚୀନର ଉହାନ୍ ଇନଷ୍ଟିଚ୍ୟୁଟ ଲ୍ୟାବରୁ ହିଁ ବ୍ୟାପିଥିଲା କରୋନା | ଏବେ ଏନେଇ ପ୍ରମାଣ ମିଳିଛି | କୋଭିଡ୍ -୧୯ ମହାମାରୀର ଉତ୍ପତ୍ତି ନେଇ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଲ୍ୟାବରୁ ଏକ ଦୁର୍ଘଟଣାରୁ କରୋନାଭାଇରସ୍ ଆସିଥିଲା | ଆମେରିକାର ଫ୍ଲୋରିଡାର ସିନେଟର ମାର୍କୋ ରୁବିଓ ଏକ ରିପୋର୍ଟ ପ୍ରକାଶ କରି କହିଛନ୍ତି ଯେ ‘କୋଭିଡ -୧୯ ମହାମାରୀ ପାଇଁ କିଛି ପ୍ରକାରର ଲ୍ୟାବ ଦୁର୍ଘଟଣା ଦାୟୀ ବୋଲି ପ୍ରମାଣ ମିଳିଛି | ରୁବିଓଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କରୋନାର ଉତ୍ପତ୍ତିର କାରଣ ଓ ସମୟକୁ ଲୁଚାଇବାକୁ ଚୀନ ଉଦ୍ୟମ କରୁଥିବାରୁ ସତ ବାହାର କରିବାକୁ ଏହି ଅଧ୍ୟୟନର ଆବଶ୍ୟକତା ପଡିଥିଲା | ଆଉ ଅନେକ ପରିପାର୍ଶ୍ଵିକ ପ୍ରମାଣରୁ ଜଣାପଡିଛି ଯେ ଚୀନ୍‌ର ଉହାନ୍ ଲ୍ୟାବରୁ ହିଁ ଏହି ଭୂତାଣୁ ଆସିଥିଲା |
ରିପୋର୍ଟ ମୁତାବକ, ଚୀନ୍‌ର ଉହାନରେ ଏକ ଲ୍ୟାବ ଦୁର୍ଘଟଣାରୁ କୋଭିଡ -୧୯ ଭୂତାଣୁ ଆସିଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ ଚୀନ ବାରମ୍ବାର ମନା କରୁଛି ଯେ ଏହି ଭୂତାଣୁ ତାଙ୍କ ଦେଶରୁ ଆସିନାହିଁ, କିନ୍ତୁ ଠିକ ସେହି ସମୟରେ ଚୀନ ଏହାର ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଥିଲା କୋଭିଡ ଭୂତାଣୁ ପାଇଁ ସତର୍କତା ଅବଲମ୍ବନ କର | ସେହିପରି ଏହି ଲାବୋରେଟୋରୀର ଜୈବସୁରକ୍ଷା ବ୍ୟବସ୍ଥା(ବାୟୋସିକ୍ୟୁରିଟି)କୁ ବଢାଇବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ |

Leave a Reply

Your email address will not be published. Required fields are marked *