ଜୟପୁର ସରକାରୀ ଅଫିସ୍‌ରୁ ମିଳିଲା ଦାବିଦାର ନ ଥିବା ୨ କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ ୧ କିଲୋ ସୁନା

ଦେଶବିଦେଶ
Share

ଜୟପୁର: ସରକାରୀ ଅଟ୍ଟାଳିକା ‘ଯୋଜନା ଭବନ’ର ତଳଘର ବା ‘ବେସ୍‌ମେଣ୍ଟ୍‌’ରୁ ରାଜସ୍ଥାନ ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ନଗଦ ୨.୩୧ କୋଟି ଟଙ୍କା ଓ ୧ କିଲୋ ସୁନା ବିସ୍କୁଟ୍‌ ପାଇଥିବା କଥା ପୁଲିସ କହିଛି।
ଏ ବିଷୟରେ ଜେରା କରିବା ଲାଗି ଉକ୍ତ ବିଭାଗର ପ୍ରାୟ ୭/୮ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି।
ଆଡିସ୍‌ନାଲ୍‌ ଡାଇରେକ୍ଟର୍‌ ମହେଶ ଗୁପ୍ତା ଯୋଗାଇ ଦେଇଥିବା ସୁନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜୟପୁର ସିଟି ପୁଲିସ ଉକ୍ତ ନଗଦ ଟଙ୍କା ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତ୍ରରେ ସାମ୍ବାଦିକ ସମ୍ମିଳନୀ ଡକାଇ ମୁଖ୍ୟ ଶାସନ ସଚିବ ଉଷା ଶର୍ମାଙ୍କ ଉପସ୍ଥିତିରେ ଜୟପୁର ପୁଲିସ କମିସନର୍‌ ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି, ଅଫିସ୍‌ର ତଳଘରୁ ନଗଦ ଟଙ୍କା ଏବଂ ସୁନା ପାଇଥିବା କଥା ‘ଆଇଟି ଡିପାର୍ଟମେଣ୍ଟ୍‌’ର ଅତିରିକ୍ତ ନିର୍ଦ୍ଦେଶକ ପୁଲିସକୁ ସୂଚନା ଦେଇଥିଲେ।
ଜୟପୁର ପୁଲିସ କମିସନର୍‌ ଆନନ୍ଦ ଶ୍ରୀବାସ୍ତବଙ୍କ କଥାରୁ ଉଦ୍ଧୃତ କରି ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଜୟପୁରସ୍ଥିତ ସରକାରୀ କାର୍ଯ୍ୟାଳୟ ‘ଯୋଜନା ଭବନ’ର ତଳଘରେ (ବେସ୍‌ମେଣ୍ଟ୍‌) ଥିବା ଆଲମାରିରେ ରଖାଯାଇଥିବା ଗୋଟାଏ ବ୍ୟାଗ୍‌ରୁ ୨.୩୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ପ୍ରାୟ ୧ କିଲୋ ସୁନା ବିସ୍କୁଟ୍‌ ମିଳିଛି। ‘ସିଆର୍‌ପିସି’ ଧାରା ୧୦୨ ଅନୁଯାୟୀ, ପୁଲିସ ଉକ୍ତ ନୋଟ୍‌ଗୁଡ଼ିକୁ ଜବତ କରିଛି।

ପୁଲିସ ଟିମ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।ସେ ଅଞ୍ଚଳରେ ଥିବା ‘ସିସିଟିଭି’ ଫୁଟେଜ୍‌ ଯାଞ୍ଚ କରାଯାଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଇ ଦିଆଯାଇଥିବା କଥା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *