ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଲା କାର୍‌, ଗୋଟିଏ ପରିବାର ୪ ମୃତ

ଦେଶବିଦେଶ
Share

ହାଇଦ୍ରାବାଦ : ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଲା କାର୍‌। ଦୁର୍ଘଟଣାରେ ଅଟୋରେ ଯାଉଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେ କି ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ପ୍ରାୟ ୭ଟାରେ ତେଲେଙ୍ଗାନାର ମେଡକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ବସି ଯାତ୍ରୀମାନେ ଗାଜୱେଲର ନିଜାମାବାଦ୍‌ ଯାଉଥିଲେ।
ପୁଲିସ ସୂଚନା ମୁତାବକ, ଏହି କାର୍‌ ଦୃତଗତିରେ ଆସି ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ମୃତାହତ ହୋଇଛନ୍ତି।
ମୃତକମାନେ ହେଲେ ଶେଖର(୪୫), ତାଙ୍କ ପୁଅ ଯଶବନ୍ତ(୯) , ବୃଦ୍ଧ ଦମ୍ପତି ବାଲା ନରସାଇଆ(୭୦) ଓ ମାନେମା(୬୨)। ଯେତେବେଳେ କି ଶେଖରଙ୍କ ପତ୍ନୀ କବିତା ଓ ଅନ୍ୟତମ ପୁଅ ଅଭିଳାଷର ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଘଟାଇବା ପରେ କାର୍‌ର ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *