ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ

ରାଜ୍ୟ
Share

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଘଟଣାରୁ ଜଣାପଡ଼ିଛି ଯେ ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟନାମ୍ ରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା ଉକ୍ତ ଟ୍ରକ ଡ୍ରାଇଭର ପ୍ଲାଂଟ ର ପିଚୁ କୁଣ୍ଡରେ ପାଇପ ଯୋଗେ ପିଚୁ ଢାଳୁ ଥିବା ବେଳେ ଅସାବଧାନତା ବଶତଃ ଟ୍ରକ ଡ୍ରାଇଭରଜଣକ ଉକ୍ତ ପିଚୁ କୁଣ୍ଡ ଭିତରକୁ ଖସି ପଡ଼ିଥିଲେ। ତେବେ ପିଚୁ କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ହିଁ ଡ୍ରାଇଭର ଜବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ଘଟଣା ସଂକ୍ରାନ୍ତରେ ଖବର ପାଇ ବିଷମ କଟକ ପୁଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପିଚୁ ପ୍ଲାଣ୍ଟ ରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି । ବିଷମ କଟକ ପୁଲିସ୍ ଏକ ମାମଲା ରୁଜୁ କରି ଶବ ଜବତ କରିଛି । କେଉଁ ପରିସ୍ଥିତିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ ଚଳାଇଛି। ମୃତ ଡ୍ରାଇଭର ଜଣକ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ୍ ଅଂଚଳର ଏ.କ୍ରିଷ୍ଣାରାଜୁ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *