ଛତ୍ରପୁର: କୁମାରବେଗପଲି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ରାଜ୍ୟ
Share

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲି ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ ଉକ୍ତ ବାଟଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନା ପ୍ରକାରେ ଆଜି ସକାଳ ୯ଟା ୨୦ରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ ଗୋଟିଏ ଇଞ୍ଜିନ୍ ଲାଇନ୍ ଉପରକୁ ଆସିଛି। ଅନ୍ୟଟିର ଉଦ୍ଧାର କାମ ଚାଲିଛି। ଏଥିଲାଗି ଭୁବନେଶ୍ବର ପଟୁ ଆସୁଥିବା ଟ୍ରନଗୁଡ଼ିକୁ ଛଡ଼ାଯାଉଛି। ହେଲ ବିପରୀତ ଦିଗରୁ ଆସୁଥିବା ଟ୍ରେନଗୁଡ଼ିକ ବାଟରେ ଅଟକି ରହିଛି।

Leave a Reply

Your email address will not be published. Required fields are marked *