ଦିଲ୍ଲୀରେ ନାବାଳିକା ହତ୍ୟାକୁ ‘ଦି କେରଳ‌ ଷ୍ଟୋରୀ’ ସହ ଯୋଡ଼ିଲେ ବିଜେପି ନେତା କପିଲ ମିଶ୍ରା

ଦେଶବିଦେଶ
Share

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରବିବାର ସନ୍ଧ୍ୟା ବେଳେ ଜଣେ ୧୬ ବର୍ଷୀୟ ନାବାଳିକାକୁ ତା’ର ପ୍ରେମିକ ନିର୍ମମ ଭ‌ାବେ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଘଟଣା ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରଥମେ ଛୁରୀ ଓ ପରେ ପଥରେ ନାବାଳିକାର ମୁଣ୍ଡ ଛେଚି ତାକ ହତ୍ୟା କରାଯାଇଥିବା ଦେଖାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଘଟଣାକୁ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ଦି କେରଳ‌ ଷ୍ଟୋରୀ ସହ ଯୋଡ଼ିଛନ୍ତି ବିଜେପି ନେତା କପିଲ ମିଶ୍ରା।
ଟ୍ବିଟ କରି ସେ ଅଭିଯୁକ୍ତଜଣକ ଜଣେ ମୁସଲିମ ବୋଲି କହିଛନ୍ତି। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଏ ଯନ୍ତ୍ରଣାଦାୟକ ହତ୍ୟା ଦିଲ୍ଲୀରେ ଘଟୁଛି। ଅନ୍ୟ ଜଣେ ନାବାଳିକା ହିନ୍ଦୁ ଝିଅକୁ ହତ୍ୟା କରାଯାଇଛି। ହତ୍ୟା କରିଥିବା ସାହିଲ ସରଫରାଜଙ୍କ ପୁଅ। ଗଳି ଗଳିରେ କେତେ କେରଳ କାହାଣୀ? ଶ୍ରଦ୍ଧାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ଏବଂ ଜଣାନାହିଁ ଯେ, ପ୍ରତିଦିନ ଆଉ କେତେଜଣ ଶ୍ରଦ୍ଧା ଏହି ନିର୍ଦ୍ଦୟତାର ଶିକାର ହେଉଛନ୍ତି।
ତେବେ ଦିଲ୍ଲୀ ହତ୍ୟାକାଣ୍ଡକୁ ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି, ସାହିଲ ଓ ମୃତକଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। କିନ୍ତୁ, ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯିବା ବେଳେ ଅଭିଯୁକ୍ତ ଝିଅ ପଛେ ପଛେ ଯାଇ ତାଙ୍କୁ ଛୁରି ମାରିବା ପରେ ସ୍ଲାବ୍‌ରେ ଛେଚି ପକାଇଥିଲା। ସାହିଲ୍‌ ତା’ର ପ୍ରେମିକାକୁ ୨୦ ଥର ଛୁରି ଭୁସିଥିବା ସହ ସେଥିରୁ ଗ‌ୋଟିଏ ଥର ଛୁରି ଝିଅର ମୁଣ୍ଡରେ ଭୁସି ହୋଇଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *