ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମାତାଲ ବ୍ୟକ୍ତି

ରାଜ୍ୟ
Share

ଭୁବନେଶ୍ୱର :  ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି।

ତେବେ ଏକ ନିର୍ଦ୍ଦିଷ୍ଟ ଏକ ଚ୍ୟାନେଲ୍‌ର ନାଁ ନେବା ସହ ତାଙ୍କୁ ଏହି ଚ୍ୟାନେଲ ବରବାଦ୍ କରିଦେଇଥିବା ଓ ଗାଁରେ ମୁହଁ ଦେଖାଇବାର ସ୍ଥିତିରେ ଛାଡ଼ି ନ ଥିବା କହୁଛନ୍ତି। ମଦ ପିଇବା ପରେ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଘଟାଇଛନ୍ତି।

ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀକୁ ପ୍ରାୟ ଘଣ୍ଟାଏ କସରତ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ତାଙ୍କ ମାନସୀକ ସ୍ଥିତ ଠିକ୍‌ ନ ଥିବା ବେଳେ ସ୍ଵାସ୍ଥ୍ୟ ଅବସ୍ଥା ସ୍ୱଭାବିକ ହେବା ପରେ ପଚରାଉଚରା କରାଯିବ ବୋଲି ପୁଲିସ ସୂତ୍ରରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *