ସିଆରଆରଆଇ ଥାନାର ହାବିଲଦାରଙ୍କୁ ଅବସରକଳୀନ ସମ୍ବର୍ଦ୍ଧନା

ରାଜ୍ୟ
Share

କଟକ ସଦର : କଟକ କମିଶନରେଟ୍‌ ଅର୍ନ୍ତଗତ ସିଆରଆରଆଇ ଥାନାର କାର୍ଯ୍ୟରତ ହାବିଲଦାର ବିଜୟ କୁମାର ମଲ୍ଲିକଙ୍କ ଅବସରଗ୍ରହଣ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଆଜି ଅର୍ଥାତ ବୁଧବାର ରାତିରେ ଗତିରାଉତ ପାଟଣା ପୃଷ୍ଟି ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅତିରିକ୍ତ ଏସ୍‌ପି ଅନିଲ ମିଶ୍ରଙ୍କ  ପୌରହିତ୍ୟରେ ଆୟୋଜିତ ସଭାରେ ଅନ୍ୟତମ ଅତିରିକ୍ତ ଡିସିପି ସେକ୍‌ ସରିବଉଦ୍ଦିନ୍‌, ଜୋନ୍‌ ୫ ଏସିପି କୃଷ୍ଣଚନ୍ଦ୍ର ସେଠୀ, ଆଇଆଇସି କୃପାସିନ୍ଧୁ ବରାଡ଼ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ବିଜୟ ମଲ୍ଲିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍‌ପି ପ୍ରଣେତା ପଟ୍ଟନାୟକ, କନ୍ଦରପୁର ଆଇଆଇସି ବିପିନ ବିହାରୀ ହୋତା ପ୍ରମୁଖ ଯୋଗଦେଇ ବିଦାୟୀ ହାବିଲଦାର ବିଜୟ ମଲ୍ଲିକଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କର ଅବସର ପରେ ତାଙ୍କ ଅନୁପସ୍ଥିତି ଅନୁଭବ କରିହେବ ବୋଲି କହିଥିଲେ |

6f73f570-e8c3-4f85-94a0-9850413a0c04

Leave a Reply

Your email address will not be published. Required fields are marked *