କୋହ୍ଲାପୁର ହିଂସାକାଣ୍ଡରେ ଲିପ୍ତ ଲୋକଙ୍କୁ ଗୁଳି କରିଦେବା ଉଚିତ୍.. ଯେପରି ଉତ୍ତରପ୍ରଦେଶରେ ହେଉଛି : ସଂଜୟ ରାଉତ

ଦେଶବିଦେଶ
Share

ମୁମ୍ବାଇ : ମହାରାଷ୍ଟ୍ରର କୋହ୍ଲାପୁର ହିଂସାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ସିନ୍ଦେ ସରକାରଙ୍କୁ ବଡ଼ ସମାଲୋଚନା କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର କୋହ୍ଲାପୁରରେ ଔରଙ୍ଗଜେବ ବିବାଦ ଏବଂ ପରବର୍ତ୍ତୀ ହିଂସା ପାଇଁ ରାଜ୍ୟ ସରକାର ଦାୟୀ। ଏହି ହିଂସା କାଣ୍ଡ ପାଇଁ ରାଜ୍ୟ ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଦାୟୀ ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଏକ ଗଣମାଧ୍ୟମ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଏଭଳି ହିଂସାର ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ।
ସଞ୍ଜୟ ଏହି ହିଂସା ପାଇଁ ବିଜେପି ଓ ସିନ୍ଧେ ସରକାରଙ୍କୁ ଦାୟୀ କରୁଥିବା ବେଳେ ଏହାର ସମାଧାନ ଭାବରେ ଯୋଗୀ ମଡେଲକୁ କାର୍ଯ୍ୟକାରୀ କରିବା ସପକ୍ଷରେ ଥିବା ଜଣାପଡିଛି । ୟୁପିରେ ଅପରାଧୀଙ୍କ ବିରୋଧରେ ଯୋଗୀ ମଡେଲକୁ ପ୍ରଶଂସା କରି ସଞ୍ଜୟ ରାଉତ କହିଛନ୍ତି ଯେ ୟୁପି ଭଳି ଏଭଳି ଲୋକଙ୍କୁ ଗୁଳି ମାରିଦିଆଯିବା ଦରକାର ।
୪୦୦ ବର୍ଷ ପୂର୍ବେ ମହାରାଷ୍ଟ୍ରରେ କବର ଦିଆଯାଇଥିବା ଔରଙ୍ଗଜେବଙ୍କ ନାମରେ ହିଂସା କାଣ୍ଡ ଘଟୁଛି। ଏଥିପାଇଁ ସିନ୍ଦେ ସରକାର ଦାୟୀ। କୋହ୍ଲାପୁରରେ ଯେଉଁଭଳି ଭାବେ ଦଙ୍ଗା ସୃଷ୍ଟି ହୋଇଛି ବା ଉତ୍ତେଜିତ ହୋଇଛି, ତା’ ପଛରେ କାହାର ହାତ ରହିଛି? ଔରଙ୍ଗଜେବଙ୍କୁ ରାଜନୈତିକ ଫାଇଦା ପାଇଁ ପୁନର୍ଜୀବିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *