‘ଓ୍ଵାର୍କ ଫ୍ରମ ହୋମ୍‌’ ବନ୍ଦ ହେବା ପରେ ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସ୍‌ ଛାଡ଼ୁଛନ୍ତି ମହିଳା କର୍ମଚାରୀ

ଦେଶବିଦେଶ
Share

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଆରମ୍ଭ ହୋଇଥିବା ‘ଓ୍ଵାର୍କ ଫ୍ରମ ହୋମ୍‌’ ବ୍ୟବସ୍ଥାକୁ ବନ୍ଦ କରିଦେବା ପରେ ଅନେକ ମହିଳା କର୍ମଚାରୀ ଭାରତର ସର୍ବବୃହତ ଆଇଟି ଫାର୍ମ ଟାଟା କନସଲଟାନ୍‌ସି ସର୍ଭିସେସ୍‌ (ଟିସିଏସ୍‌) ଛାଡି ଦେଇଛନ୍ତି। ମହିଳା କର୍ମଚାରୀମାନେ ଚାକିରି ଛାଡ଼ିବା ପଛରେ ‘ଓ୍ଵାର୍କ ଫ୍ରମ ହୋମ୍‌’ ବ୍ୟବସ୍ଥା ବନ୍ଦ ହେବା ଏକ ପ୍ରମୁଖ କାରଣ ରହିଥିବା ଜାଣିବାକୁ ମିଳିଛି। କମ୍ପାନି କର୍ତ୍ତୃପକ୍ଷ ‘ଓ୍ଵାର୍କ ଫ୍ରମ ହୋମ୍‌’ ବ୍ୟବସ୍ଥା ବନ୍ଦ କରିବା ପରେ ପୁରୁଷ କର୍ମଚାରୀଙ୍କ ତୁଳନାରେ ଅଧିକ ମହିଳା କର୍ମଚାରୀ କାର୍ଯ୍ୟାଳୟକୁ ନ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ମହାମାରୀ ପରେ ଟାଟା କନସଲଟାନ୍‌ସି ସର୍ଭିସେସ୍‌ ଲିମିଟେଡ୍‌ କର୍ମଚାରୀଙ୍କୁ କାମକୁ ଫେରାଇ ଆଣିବା ପରେ ମହିଳାମାନଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ, ଟିସିଏସ୍‌ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିନ୍ଦ ଲକ୍କଡ ଗତ ସପ୍ତାହରେ କମ୍ପାନିର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମୟରେ କହିଛନ୍ତି, ମହାମାରୀ ସମୟରେ ଆରମ୍ଭ ହୋଇଥିବା ଘରୁ କାମ କରିବା ବା ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥା କିଛି ମହିଳାଙ୍କ କର୍ମଚାରୀଙ୍କ ପାଇଁ ପୁନଃ ପ୍ରଚଳନ ହେବ। କାରଣ, କମ୍ପାନିରେ ଲିଙ୍ଗଗତ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସ ପ୍ରତି ଏହା ଏକ ଝଟକା। ଲକ୍କଡ କହିଛନ୍ତି ଯେ ଟିସିଏସ୍‌ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୬ ପ୍ରତିଶତ ହେଉଛନ୍ତି ମହିଳା ଏବଂ କମ୍ପାନି ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *