ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

ରାଜ୍ୟ
Share

କଟକ: ବାଲେଶ୍ଵର ଟ୍ରେନ ଦୃର୍ଘଟଣାରେ ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ ପ୍ରକାଶ କୁମାର ରାମ। ବୟସ ୧୭ ବର୍ଷ। ଘର ବିହାରରେ। ପ୍ରକାଶ କୁମାରଙ୍କ ଇଣ୍ଟରନାଲ ଇଞ୍ଜୁରୀ ଥିଲା। ଏଥିଲାଗି ତାଙ୍କୂ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି  କଟକ ଏସସିବିର ମେଡ଼ିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ।

ଗତ କିଛି ଦିନ ତଳେ କଟକ ଏସିବିରେ ଚିକିତ୍ସିତ ଅବସ୍ଥା ରେ ଜଣଙ୍କର ମୃତ୍ୟୁ ହେଇଥିଲା । ଆଜି ସକାଳ  ସମୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।ଏହାକୁ ମିସାଇ କଟକ ଏସସିବି ବଡ଼ ମେଡ଼ିକାଲରେ ଟ୍ରେନ ଦୃର୍ଘଟଣାରେ ଆସିଥିବା  ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରେନ ଦୃର୍ଘଟଣାରେ  ସମୁଦାୟ ୨୯୦କୁ ମୃତ୍ୟୁ ସଂଖ୍ୟା ପହଁଚିଛି।

Leave a Reply

Your email address will not be published. Required fields are marked *