ବାହାନଗା ଟ୍ରେନ୍ ଦୁର୍ଘଟଣା: ବଢ଼ିଲା ମୃତ୍ୟୁ ସଂଖ୍ୟା, ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ

ରାଜ୍ୟ
Share

କଟକ : ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି।
ଏହି ମୃତକଙ୍କ ନାଁ ପଲ୍‌ଟୁ ନାସକାର। ତାଙ୍କ ଘର କୋଲକାତାରେ। ସେ କଟକରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା।
ଏହି ଟ୍ରେନ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଚାରି ଜଣ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ।

Leave a Reply

Your email address will not be published. Required fields are marked *