ଓଡ଼ିଶାକୁ ନାନୋ ୟୁରିଆ ନଦିଆଯାଇ ପାରମ୍ପରିକ ୟୁରିଆ ଦିଆଯାଉ: ମନ୍ତ୍ରୀ ରାଜା ସ୍ୱାଇଁ

ରାଜ୍ୟ
Share

ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ସହାୟତା କରିବା ପାଇଁ ରାଜ୍ୟକୁ ୪ ଲକ୍ଷ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମିଳିଛି ୨୨ ହଜାର ୫୦୦ ମେଟ୍ରିକ ଟନ୍ ସାର। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ରାଜ୍ୟର କୃଷି ମନ୍ତ୍ରୀ ରାଜା ସ୍ୱାଇଁ ଏହା କହିଛନ୍ତି । ସେହିପରି ୟୁରିଆ ଯୋଗାଣରେ କୌଣସି ପ୍ରକାର ହ୍ରାସ ହେଲେ ଓଡ଼ିଶାର କୃଷି ଉତ୍ପାଦନରେ ବାଧା ସୃଷ୍ଟି କରିବ। ରାଜ୍ୟରେ ବର୍ତ୍ତମାନ ପ୍ରାୟ ୩୯ ହଜାର ଟନ୍ ମେଟ୍ରିକ ଟନ ସାର ଅଭାବ ଥିବାରୁ ଆବଶ୍ୟକ ୭୫ ହଜାର ଟନ୍ ଶୀଘ୍ର ଦେବାକୁ ସେ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶାରେ ଚାଷ ପାଇଁ ପାରମ୍ପରିକ ଭାବେ ୟୁରିଆକୁ ଚାଷୀମାନେ ପ୍ରାଧାନ୍ୟ ଦେଉଛନ୍ତି । ଏପରି ସ୍ଥିତିରେ ନାନୋ ୟୁରିଆକୁ କେନ୍ଦ୍ର ସରକାର ଲଦି ନଦେଉ ବୋଲି କହିଛନ୍ତି ମନ୍ତ୍ରୀ। କାରଣ ଏପରି ହେଲେ ଚାଷଙ୍କ ମଧ୍ୟରେ  ଅସନ୍ତୋଷ ଦେଖାଦେଇପାରେ। ଏହାବ୍ୟତୀତ ଅନ୍ୟ ଅନେକ ପ୍ରଗତିଶୀଳ କୃଷି ରାଜ୍ୟ ତୁଳନାରେ ଓଡ଼ିଶାରେ ସାର ବ୍ୟବହାର ଅପେକ୍ଷାକୃତ କମ୍। ନାନୋ ୟୁରିଆକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କଲେ ଉତ୍ପାଦନ ପ୍ରଭାବିତ ହୋଇପାରେ, କାରଣ ଏହା ଗ୍ରହଣୀୟତା କମ୍ ରହିଛି ବୋଲି ରାଜ୍ୟର କୃଷି ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍-ପ୍ରଣାମ ଯୋଜନାରେ ବଞ୍ଚାଯାଇଥିବା ସାର ସବସିଡିର ୫୦% ପର୍ଯ୍ୟନ୍ତ ସହାୟତାର ସୀମାକୁ ଓଡ଼ିଶା ପାଇଁ କୋହଳ କରାଯିବା ଉଚିତ କାରଣ ଏଥିରେ ମୃତ୍ତିକା ଅମ୍ଳତା (୭୦% ଚାଷ ହୋଇଥିବା ଅଞ୍ଚଳ) ଏବଂ ମୃତ୍ତିକା ଲବଣାକ୍ତତା (୬%) ସମସ୍ୟା ସହିତ କମ୍ ସାର ବ୍ୟବହାର ରହିଛି। ମୃତ୍ତିକାର ଉନ୍ନତିକରଣ ପାଇଁ ଅଧିକ ସହାୟତା ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ପ୍ରମୁଖ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *