ଆଇଏଏସ୍‌ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ରାଜ୍ୟ
Share

ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସରକାର  ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ସଂଗ୍ରାମ ମହାପାତ୍ରଙ୍କୁ ଅବସ୍ଥାପିତ କରିଥିବା ବେଳେ ବେଦଭୂଷଣଙ୍କୁ ସମ୍ବଲପୁର ପୌର ନିଗମରେ କମିସନର ଓ ବୌଦ୍ଧର ଜିଲ୍ଲାପାଳ ଭାବେ ନୃସିଂହ ଚରଣ ସ୍ବାଇଁଙ୍କୁ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *