ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
Share

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗାଁ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଙ୍ଗାଳି ଯୋଜନାରେ ୧୯୭୮ ରୁ ୧୯୮୪ ମସିହା ମଧ୍ୟରେ ମୋଟ ୨୩୬ ଗୋଟି ରାଜସ୍ୱ ଗ୍ରାମର ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଛନ୍ତି ।

ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଏଭଳି ହଜାର ହଜାର କୁଟୁମ୍ବ ହନ୍ତସନ୍ତ ହେଲେ । ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା । କିନ୍ତୁ ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତମାନଙ୍କୁ ମିଳିପାରିନାହିଁ । ଓଡ଼ିଶା ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆନ୍ତରିକତା ଦେଖାଇବା ସଙ୍ଗେ ସଙ୍ଗେ ଏଥି ନିମନ୍ତେ ସମୟୋଚିତ ପଦକ୍ଷେପ ନେବେ ତଥା ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପର ହେବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *