ଆମେରିକାରେ ସଡ଼କ ଦୁର୍ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନିହତ !

ଦେଶବିଦେଶ
Share

ନୂଆଦିଲ୍ଲୀ: ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପନ୍ନୁ ଆମେରିକାର ୧୦୧ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। କେବଳ କେତେକ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ହେଉଛି ।
ବିଗତ କିଛି ଦିନ ହେଲା ପ୍ରମୁଖ ଖଲିସ୍ତାନୀ ନେତାମାନଙ୍କ ମୃତ୍ୟୁ ହେବାରେ ଲାଗିଛି । ଅତ୍ୟନ୍ତ ରହସ୍ୟମୟଭାବେ କେତେକଙ୍କ ହତ୍ୟା ହୋଇଥିବାବେଳେ ଆଉ କିଛି ଦୁର୍ଘଟଣା ବା ଅସୁସ୍ଥତା ବଶତଃ ମୃତ୍ୟୁବରଣ କରିଛନ୍ତି ।
କ୍ରମାଗତଭାବେ କିଛି ଖଲିସ୍ତାନୀଙ୍କ ମୃତ୍ୟୁପରେ ପନ୍ନୁ ଭୟରେ ଆତ୍ମଗୋପନ କରିଥିଲା । ଏପରିକି ଲୋକେସନ୍ ଟ୍ରାକ୍ ନ କରିବା ପାଇଁ ସେ ମୋବାଇଲ୍ ମଧ୍ୟ ବନ୍ଦ କରିଦେଇଥିଲା । ପାକିସ୍ତାନରେ ପରମଜିତ୍ ସିଂହ ପଞ୍ଜୱାଡଙ୍କ ହତ୍ୟା, ତା’ପରେ ଲଣ୍ଡନରେ ଅବତାର ସିଂହ ଖଣ୍ଡାଙ୍କ ମୃତ୍ୟୁ ଏବଂ କାନାଡ଼ାରେ ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ ପନ୍ନୁ ଭୟ କରିଥିଲା ଯେ ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ ।

ପନ୍ନୁ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଖଲିସ୍ତାନ ରାଷ୍ଟ୍ର ପାଇଁ ଶିଖମାନଙ୍କୁ ଉସୁକାଉଥିଲା ଓ ଭାରତ ବିରୋଧରେ ଯୁଦ୍ଧ ପାଇଁ ଧମକ ଦେଉଥିଲା । ଆହୁରି ମଧ୍ୟ ବିଭିନ୍ନ ଦେଶରେ ଥିବା ଭାରତୀୟ କନସୁଲେଟ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ସେ ସଂପୃକ୍ତ ଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *