ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୬୯୬ ବୁଥ୍‌ରେ ପୁନଃ ଭୋଟ୍‌ ଗ୍ରହଣ, ସାନି ହିଂସାକାଣ୍ଡ

ଦେଶବିଦେଶ
Share

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାର ୬୯୬ଟି ବୁଥ୍‌ରେ ପୁନଃ ଭୋଟ୍‌ ଗ୍ରହଣ ଚାଲିଥିବା ବ‌େଳେ କୁଚ୍‌ବେହାର୍‌ରେ ସାନି ହିଂସାକାଣ୍ଡ ଘଟିଥିବା କଥା ପୁଲିସ କହିଛି।
କଂଗ୍ରେସ ପାର୍ଟି ଅଭିଯୋଗ କରିଛି ଯେ, ରବିବାର ରାତିରେ ଶାସକ ‘ତୃଣମୂଳ କଂଗ୍ରେସ’ କର୍ମୀମାନେ ତାଙ୍କର (କଂଗ୍ରେସ) ଜଣେ କର୍ମୀଙ୍କ ଘର ଭାଙ୍ଗାଭଙ୍ଗି କରିଛନ୍ତି। ଅଜ୍ଞାତ ଦୁର୍ବୃତ୍ତମାନେ କଂଗ୍ରେସ ପ୍ରାର୍ଥୀ ନୂର୍‌ନହାର ବିବିଙ୍କ ଘର ଉପରକୁ ବୋମା ଫିଙ୍ଗିବା ସହିତ ଗୁଳି ଚଳାଇଥିଲେ।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ନିମନ୍ତେ ରବିବାର ଦିନ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ କୁଚ୍‌ବିହାର ଜିଲ୍ଲାରେ ବ୍ୟାପକ ହିଂସା ଓ ହତ୍ୟାକାଣ୍ଡ ଘଟିବାରୁ ସେଠାକାର ୫୩ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ଆଦେଶ ଦିଆଯାଇଥିଲା।
ସେହିପରି, ନଦିଆର ୮୯ଟି, ଉତ୍ତର ୨୪ ପ୍ରଗଣାରେ ୪୬ଟି, ଉତ୍ତର ଦିନାଜପୁରରେ ୪୨ଟି, ଦକ୍ଷିଣ ୨୪ ପ୍ରଗଣାରେ ୩୬ଟି, ପୂର୍ବ ମେଦିନିପୁରରେ ୩୧ଟି ଓ ହୁଗୁଳିରେ ୨୯ଟି ବୁଥ୍‌ରେ ପୁନଃ ଭୋଟ୍‌ ଗ୍ରହଣ କରାଯାଉଥିବା କଥା ସରକାରୀ ଅଧିକାରୀମାନ‌େ କହିଛନ୍ତି।
କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ନିର୍ବାଚନ କମିସନ୍‌ କହିଛି।

Leave a Reply

Your email address will not be published. Required fields are marked *