କଟକ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷାଭାବେ ଦାୟିତ୍ବ ଗ୍ରହଣ କଲେ ଭାଗ୍ୟଲକ୍ଷ୍ମୀ ରାଉତ

ରାଜ୍ୟ
Share

କଟକ : ଶେଷରେ କଟକ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷାଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଭାଗ୍ୟଲକ୍ଷ୍ମୀ ରାଉତ | ଦୀର୍ଘ ୧୪ ମାସ ପରେ ଖାଲି ପଡିଥିବା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ଲାଗି ଗତକାଲି ଅର୍ଥାତ ମଙ୍ଗଳବାର ଦିନ ରାଜ୍ୟ ସରକାର ପଞ୍ଚାୟତିରାଜ ନିୟମ ଅନୁଯାୟୀ ଗତିରାଉତପାଟଣା ପଞ୍ଚାୟତର ଅପ୍ରତିଦ୍ଵନ୍ଦୀ ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ ମନୋନୀତ କରାଯାଇଥିଲା | ଆଜି ବୁଧବାର ଭାଗ୍ୟଲକ୍ଷ୍ମୀ ବ୍ଲକ କୁ ଆସି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

IMG-20230719-WA00372-1
ଵିଡିଓ ରାଜୀବ ଲୋଚନ ପରିଡ଼ା ଶ୍ରୀମତୀ ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ,କଟକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଳାସ ମଲ୍ଲିକ,ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ଉପସଭାପତି ସମର ବେହେରା,ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ାଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ନୂତନ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ଜିଲ୍ଲା ପରିଷଦ କଟକଙ୍କ ଆୟୋଜନରେ ବ୍ଲକର ସଭା ଗୃହରେ ଆୟୋଜିତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ କର୍ମଶାଳାକୁ ନୂତନ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ଉଦଘାଟନ କରିଥିଲେ। ହେଲେ ଆଜିର କାର୍ଯ୍ୟକ୍ରମରେ କାମଚଳା ଅଧ୍ୟକ୍ଷା ଭାବେ ଦାୟିତ୍ଵ ତୁଲାଉ ଥିବା ଉପାଧ୍ୟକ୍ଷା ଅମ୍ବିକା ପାତ୍ର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *