କଟକ ସଦର (୨୭/୦୭) : କମିଶନରେଟ କନ୍ଦରପୁର ଥାନା ନିମେଇସାପୁର ପଞ୍ଚାୟତ ଅନ୍ତର୍ଗତ ଦେଓପୁର ଭୋଇ ସାହିରେ ପରକୀୟା ପ୍ରୀତି କୁ ନେଇ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି | ନିଜର ସ୍ତ୍ରୀ ସହ ପରପରୁରୁଷର ସଂପର୍କ ଥିବା ସନ୍ଦେହରେ ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ |
ଘଟଣାରୁ ପ୍ରକାଶ ଯେ ନିମେଇସାପୁର ପଞ୍ଚାୟତ ଅନ୍ତର୍ଗତ ଦେଓପୁର ଭୋଇ ସାହିର ରୁନି ଭୋଇ (୨୭)କୁ ପରକୀୟା ପ୍ରୀତି ସନ୍ଦେହରେ ସ୍ବାମୀ କାଳିଆ ଭୋଇ ବୁଧବାର ସକାଳେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ଗତ ୫ ବର୍ଷ ତଳେ ବିରିଡ଼ି ଥାନା ଚାନ୍ଦପୁରରେ ଵିଵାହ କରିଥିବା ବେଳେ ତାର ଏକ ୩ ବର୍ଷର କନ୍ୟା ସନ୍ତାନ ଅଛି। ଥାନାରେ ୧୪୧/୨୦୨୩ ଦଫା ୩୦୨ ଲଗାଇ ତଦନ୍ତକାରୀ ଅଧିକାରୀ ଆଇଆଇସି ବିପିନ ବିହାରୀ ହୋତା ଅଭିଯୁକ୍ତ ସ୍ୱାମୀକୁ ଗତକାଲି ଅଟକ ରଖିଥିବା ବେଳେ ଆଜି ତାକୁ ଅଦାଲତ ଚାଲାଣ କରାଯାଇଛି |