କଟକର ପ୍ରଥମ ମେୟର ଓ କଟକ ସଦରର ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ପରଲୋକ

ରାଜ୍ୟ
Share

କଟକ: କଟକ ସଦରର ପୂର୍ବତନ ବିଧାୟିକା ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି। କଟକର ମଙ୍ଗଳବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
ସ୍ୱାସ୍ଥ୍ୟ ଖରାପ ହେବାରୁ ୪ ଦିନ ତଳେ ନିବେଦିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଅବସ୍ଥା ଗୁରୁତର ହୋଇଥିଲା। ସେ ମଧୁମେହ ସହିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କର କିଡ୍‌ନୀ ମଧ୍ୟ ଖରାପ ହୋଇଯାଇଥିଲା।
୨୦୦୦ ମସିହାରେ କଟକ ସଦର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନିବେଦିତା। ଏହା ପରେ ୨୦୦୪ରେ ସେ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ବିଧାୟିକାଙ୍କ ବିୟୋଗରେ ନଗରଖବର ପରିବାର ପକ୍ଷରୁ  ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ଗଭୀର ଶୋକ ପ୍ରକାଶ  କରିଛନ୍ତି |

Leave a Reply

Your email address will not be published. Required fields are marked *