ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପାଟେଣୀ ଗ୍ରାମର ପ୍ରଖ୍ୟାତ ତ୍ରିପୁରା ସାଧକ ସ୍ଵର୍ଗତ ବାଉରୀବନ୍ଧୁ ଦାସଙ୍କ ପୁତ୍ର ଗୌର ଚନ୍ଦ୍ର ଦାସଙ୍କର ଗତ କାଲି ୯୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ।
ସୂଚନାଯୋଗ୍ୟ ଶ୍ରୀ ଦାସ ଓଡ଼ିଶାର ସୁନାମଧନ୍ୟ ଲେଖକ ଶ୍ରୀ ଭାଗିରଥି ଦାସଙ୍କ ବଡ଼ଭାଇ ଅଟନ୍ତି। ସେ ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟର ପଶୁଚିକିତ୍ସା ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଥିଲେ। ତାଙ୍କର ଜନ୍ମ ୧୬.୭.୧୯୨୮ ମସିହାରେ ହୋଇଥିଲା | ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଯଥା ତାହାଙ୍କ ପୁତ୍ର ଅଶୋକ, ପୃଥ୍ବୀରାଜ , ବିଭୁଦତ୍ତ, ଗିରିଜା, ବିଶ୍ବରଂଜନ ଓ ଝିଅ ଆରତୀ, ଜ୍ୱାଇଁ ସନ୍ତୋଷ, ବୋହୂ ମୀରା, ରେବତୀ, ମନୋରମା, କବିତା ଓ ପ୍ରମିଳା, ନାତି – ରାଜା, ସାଜା, ଗୁଡୁଲ୍ ଓ ଆପୁଲୁ, ନାତୁଣୀ – ଚୁଚୀ, ଲୁଚି, କରିଶ୍ମା, ଲିଜା, ମାମୁନି, ମାମା, ରୋଜା, ଗୁଡଲି, ପୂଜା, ପାୟଲ, ପୁତୁରା ଦୁର୍ଗା, ଚନ୍ଦନ, ସୁମନ ଇତ୍ୟାଦି ଉପସ୍ଥିତ ଥିଲେ।
ତାଙ୍କର ମର ଶରୀର ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ କରାଯାଇଥିଲା।