ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଦେଶବିଦେଶ
Share

Imran-khan

ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କହିଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଇମ୍ରାନଙ୍କ ପତ୍ନୀ ବୁଶରା ବିବି । ଏନେଇ ସେ ପଞ୍ଜାବର ଗୃହ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ବୁଶରା ବିବି କହିଛନ୍ତି, ତାଙ୍କ ସ୍ବାମୀ ଇମ୍ରାନକୁଂ ରାୱଲପିଣ୍ଡିର ଅଦିଆଲା ଜେଲକୁ ସ୍ଥାନାନ୍ତର କରାଯାଉ । ବିନା କାରଣରେ ଇମ୍ରାନଙ୍କୁ ଆଟୋକ ଜେଲରେ ବନ୍ଦୀ କରି ରଖାଯାଇଛି । ଆଇନ କହୁଛି ଇମ୍ରାନଙ୍କୁ ଅଦିଆଲା ଜେଲକୁ ସ୍ଥାନାନ୍ତର କରାଯିବା କଥା । କିନ୍ତୁ ବିନା କୌଣସି କାରଣରେ ମୋ ସ୍ୱାମୀଙ୍କୁ ଅଟକ ଜେଲରେ କଏଦ କରି ରଖାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ପିଟିଆଇ ପ୍ରମୁଖଙ୍କୁ ସାମାଜିକ ଏବଂ ରାଜନୈତିକ ସ୍ଥିତି ଅନୁସାରେ ଜେଲରେ ବି ଶ୍ରେଣୀ ସୁବିଧା ଦିଆଯିବା ଉଚିତ । ଯାହା ତାଙ୍କୁ ମିଳୁନାହିଁ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରହିଥିବା ଯୋଗୁଁ ଜେଲରେ ତାଙ୍କୁ ଘର ଖାଦ୍ୟ ଦିଆଯିବାକୁ ଅନୁମତି ଦିଆଯାଉ ।

ତେବେ ପୂର୍ବରୁ ଇମ୍ରାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ପୂର୍ବରୁ ତାଙ୍କୁ ହତ୍ୟା କରାଯିବା ଉଦ୍ୟମ କରାଯାଇଛି । ଆରୋପୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଜେଲ ନିୟମ ଅନୁସାରେ ଇମ୍ରାନଙ୍କୁ ନିଜ ଡାକ୍ତରଙ୍କ ଠାରୁ ମେଡିକାଲ ଯାଞ୍ଚ କରିବାର ଅଧିକାର ରହିଛି । କିନ୍ତୁ ତାଙ୍କୁ ଏସବୁ ମିଳୁନି ବୋଲି ଇମ୍ରାନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଛନ୍ତି ଇମ୍ରାନ୍ । ଏଥିସହ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ଉପରେ ରାଜନୈତିକ ବ୍ୟାନ ଲାଗିଛି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିଲେ ଇମ୍ରାନ ଖାନ ।

 


Post Views: 8

Leave a Reply

Your email address will not be published. Required fields are marked *