ଜିଏଏ ସହ ସିୟୁଟିଏମ୍‌ର ରାଜିନାମା

ରାଜ୍ୟ
Share

mo

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ (ଜିଏଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏକାଡେମିକ୍‌, ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ମିଳିତ ସହଭାଗିତା ପ୍ରତିଷ୍ଠା ପାଇଁ ଉକ୍ତ ରାଜିନାମା ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଜିଏଏର ମହାନିର୍ଦ୍ଦେଶକ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ସିଜିଜିଓର ନିର୍ଦ୍ଦେଶକ ଡ. ଶଶାଙ୍କ ଗ୍ରହାଚାର୍ଯ୍ୟ ଏବଂ ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ଡ. ମୁକ୍ତିକାନ୍ତ ମିଶ୍ର ଉକ୍ତ ରାଜିନାମା ସ୍ବାକ୍ଷର କରିଛନ୍ତି।

ଏ ସମ୍ପର୍କରେ ଜିଏଏର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା କହିଛନ୍ତି, ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଭଳି ଏକ ସ୍ବୀକୃତିପ୍ରାପ୍ତ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ରାଜ୍ୟ ସରକାରଙ୍କ କର୍ମଚାରୀ ତାଲିମ ଏବଂ ଦକ୍ଷତା ବୃଦ୍ଧିରେ ଉକ୍ତ ରାଜିନାମା ବେଶ ସହାୟକ ହେବ। ଏହି ସହଭାଗିତା ଦିନକୁ ଦିନ ବୃଦ୍ଧି ପାଇବ ଏବଂ ଓଡ଼ିଶାବାସୀ ତଥା ବିଶେଷ ଭାବେ ଶିକ୍ଷା ଅନୁଷ୍ଠାନ ଏହାଦ୍ୱାରା ବେଶ୍‌ ଉପକୃତ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଉକ୍ତ ଏମ୍‌ଓୟୁ ସ୍ବାକ୍ଷର ସମାରୋହରେ ଡ.ହିମାଂଶୁ ଭୂଷଣ ପଣ୍ଡା, ଅତିରିକ୍ତ କମିଶନର, ଜିଏଏ, ଡ. ପି.କେ.ମିଶ୍ର ଡେପୁଟି ଡାଇରେକ୍ଟର ଜେନେରାଲ, ଜିଏଏ, କାନନବାଳା ନାୟକ ଯୁଗ୍ମ ନିର୍ଦ୍ଦେଶକ(ଆକାଉଣ୍ଟସ୍‌) ଜିଏଏ, ପ୍ରଫେସର କେଭିଡି ପ୍ରକାଶ, ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ, ଜିଏଏ ଏବଂ ସିଜିଜିଓର ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।


Post Views: 7

Leave a Reply

Your email address will not be published. Required fields are marked *