ଚନ୍ଦ୍ରାୟନ ଅଭିଯାନ ଭାରତକୁ ଗର୍ବିତ କରିଛି

ରାଜ୍ୟ
Share

ଫୋକସ ଓଡିଶା ମାସିକ ଆଲୋଚନା ଚକ୍ର

ଭୁବନେଶ୍ୱର: ଚନ୍ଦ୍ରାୟନ ଅଭିଯାନ ଭାରତ ବର୍ଷକୁ ଗର୍ବିତ କରିବା ସହ ଅନ୍ତର୍ଜାତୀୟ କ୍ଷେତ୍ରରେ ରେ ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ଆମ ଦେଶ ଉଭା ହୋଇଛି ଯାହାର ଲାଭ ନିକଟ ଭଭିଷ୍ୟାତ ରେ ଆମ ପାଇବା ବୋଲି ବିଜ୍ଞାନ ବିଶାରଦ ପ୍ରଫେସର ମାୟାଧର ସ୍ୱାଇଁ ପ୍ରକାଶ କରିଛନ୍ତି l ରବିବାର ଦିନ ଭୁବନେଶ୍ୱରସ୍ଥ ବ୍ରହ୍ମାନନ୍ଦ ଆଶ୍ରମ ରେ ଅନୁଷ୍ଠିତ ଫୋକସ ଓଡିଶା ଫାଉଣ୍ଡେସନ ର ଚତୃର୍ଥ ମାସିକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ସ୍ବାଇଁ କହିଥିଲେ ଆଗାମୀ ଦିନରେ ଚନ୍ଦ୍ରମା ସାଙ୍ଗକୁ ଅନନ୍ୟା ଗ୍ରହ ଓ ସୂର୍ଯ୍ୟ ସମ୍ପର୍କରେ ଆମେ ନୂଆ ନୂଆ ତଥ୍ୟ ପାଇବା ସମ୍ଭାବନା ରହିଛି ଯାହା ମାନବ ଜାତିର ସେବାରେ ଆସି ପାରିବ l
ଫୋକସ ଓଡିଶା ର ମୁଖ୍ୟମନ୍ତ୍ରୀ ଉପଦେଷ୍ଟା ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ପୌରହିତ ରେ ଓ ବିରଞ୍ଚି ନାରାୟଣ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜଗନ୍ନାଥ ଚାଟର୍ଜୀ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିବାବେଳେ,ରାଜ୍ୟ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ସଭ୍ୟl ଆଡ଼ଭୋକେଟ ସ୍ନିଗ୍ଧା ପାଣିଗ୍ରାହୀ ଓ ଫୋକସ ଓଡିଶା ନିଁର୍ଧେଶକ ସୁଦର୍ଶନ ଛୋଟରାୟ, ପ୍ରଫେସର ବିନୟ ଭୂଷଣ ଜେନା ତଥା ସଂଯୋଜକ ପ୍ରିୟଦର୍ଶିନୀ ଦାସ ଓ ବିଶ୍ୱଜିତ କାନୁନଗୋ ପ୍ରମୁଖ ବକ୍ତବ୍ୟ ରଖିଥିଲେ l

Leave a Reply

Your email address will not be published. Required fields are marked *