ସମାଗୋଳ ଉପକାରାଗାରରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
Share

କୁଜଙ୍ଗ (୩୦/୮) : ଯେତେବେଳେ ପରିସ୍ଥିତ ଓ ପରିବେଶ ମଧ୍ୟରେ ମଣିଷ ବିପଥଗାମୀ ହୋଇ ଅପରାଧି ପାଲଟି ଯାଏ ଆଉ କଏଦିଟିଏ ହୋଇ ବନ୍ଦୀ ଜୀବନ ଯାପନ କରେ, ସେତେବେଳେ, ସେମାନଙ୍କର ବୌଦ୍ଧିକ ବିକାଶ ଓ ନୈତିକ ମୂଲ୍ୟବୋଧ କୁ ଉନ୍ମୋଚିତ କରିବାପାଇଁ , ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସମାଗୋଳ ସ୍ଥିତ ଉପକାରାଗାର ରେ କାରାଧକ୍ଷ ହେମନ୍ତ କୁମାର ସେଠୀ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ, ପବିତ୍ର ରାକ୍ଷୀବନ୍ଧନ ଉପଲକ୍ଷେ  ବୁଧବାର ଦିନ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମୂଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ , ଦେବକୀ ଓ ବସୁଦେବ କାରାଗାର ମଧ୍ୟରେ ରହି ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିଲେ ।

aad4cce7-2ab0-4fdd-bb8b-5bd79fd2929a

ଭାରତବର୍ଷ ର ମହାନ ଯୋଗୀ ଶ୍ରୀ ଅରବିନ୍ଦ ସାରସ୍ଵତ ସାଧନାରେ ବ୍ରତୀ ରହିଥିଲେ। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜେଲରେ ବନ୍ଦୀଥିବାବେଳେ କାରାକବିତା ଭଳି କାଳଜୟୀ କବିତା ରଚନା କରିଥିଲେ। ଏଇ ଜେଲ ପରିବାର ର ବନ୍ଦୀ ଜୀବନ ବିତାଉଥିବା ସମସ୍ତ ଅନ୍ତେବାସୀ ଭଗବତ ଚେତନା କୁ ଉଦ୍ଜିବିଜିତ୍ କରି ଆଧ୍ୟାତ୍ମିକ ମାର୍ଗଦର୍ଶନ ରେ ଅନୁପ୍ରାଣିତ ହୋଇ, ଜଣେ ଜଣେ ଭଲ ମଣିଷ ହେବାପାଇଁ ନିରନ୍ତର ପ୍ରୟାସ କରନ୍ତୁ । ଏହି କାର୍ଯ୍ୟକ୍ରମ ରେ ଡକ୍ଟର ନିରଂଜନ ରାଉତ , ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା , ଆଇନଜୀବି ଏନ ଡି ଯାଦବ, କୁଜଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ , ଯଶୋବନ୍ତ ରାଉତ , ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ଶରତ ଚନ୍ଦ୍ର ଦାଶ , ରଞ୍ଜନ କୁମାର ମଲ୍ଲିକ , ଭାଗବତ ପ୍ରସାଦ , ରଶ୍ମିତା ନାୟକ ଓ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହିତୋପଦେଶ ପ୍ରଦାନ କରିଥିଲେ । ସମାଗୋଲ ଉପକାରାଗାର ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ମାନେ ଏହି ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା  |

Leave a Reply

Your email address will not be published. Required fields are marked *