ଆଦର୍ଶ ପ୍ରଧାନଶିକ୍ଷକଙ୍କୁ ସେବାନିବୃତ୍ତ ସମ୍ବର୍ଦ୍ଧନା

ରାଜ୍ୟ
Share

ଝଙ୍କଡ : ଜଗତସିଂହପୁର ଜିଲ୍ଲା ରାହାମା ମୁଥାପଦା ସ୍ଥିତ ଗଣେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବିଶ୍ବାଳ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗତ ଗୁରୁବାର ଦିନ ମଧ୍ୟାହ୍ନରେ ଏକ ଭାବମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ! ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ମରଣିକା ନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ କୁଜଙ୍ଗବ୍ଲକ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପବିତ୍ର କୁମାର କର , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ , ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ , ପ୍ରାକ୍ତନ ଛାତ୍ରସଂସଦ ସଭାପତି ଆଶିଷ କୁମାର ନାୟକ , ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ , ବାଣୀତ ପଶ୍ଚିମେଶ୍ୱର୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ଦାସ , ଏସ ଏମ ଡି ସି ସଭାପତି ଅଭୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ , ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଜଣେ ନିଷ୍ଠାପର , କର୍ତ୍ତବ୍ୟପରାୟଣ , ଛାତ୍ରବତ୍ସଲ , ପରୋପକାରୀ ଆଦର୍ଶ ଶିକ୍ଷକ ଭାବରେ ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିଲେ ବୋଲି ମତବ୍ୟକ୍ତ କରି , ତାଙ୍କ ସହିତ ଥିବା ଅନୁଭବ ଓ ଅନୁଭୂତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡା ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ସୁଜିତ୍ ବିଶି ଓ ଶିକ୍ଷୟତ୍ରୀ ବନିତା ମଲ୍ଲ , ପ୍ରିତିମୟୀ ସେଠୀ ଏଥିରେ ସହଯୋଗ କରିଥିଲେ ।

d08b7138-fd5d-48ea-94f7-17323816db13

ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି , ଛାତ୍ରଛାତ୍ରୀ , ଅଭିଭାବକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ଏହି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ୨୦୨୨-୨୩ କୃତୀଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପ୍ରଂଶସାପତ୍ର , ଅର୍ଥରାଶି ଓ ଉପଢ଼ୌକନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *