ଝଙ୍କଡ଼ : ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଜଗତସିଂହପୁରଜିଲ୍ଲାସ୍ତରୀୟ ମହିଳାସମାବେଶ କୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ଗତ ୩ ତାରିଖ ରବିବାର ଦିନ ଅପରାହ୍ନ ରେ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପରେ , ତିର୍ତ୍ତୋଲ ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାପତି ତଥା ଏକ ନମ୍ବର ଜୋନ ର ଜିଲ୍ଲା ପରିଷଡ ସଦସ୍ୟା ରଞ୍ଜିତା ସିଂହ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ବିଜେଡ଼ି ମହିଳା ସଭାପତି ସବିତା ମହାପାତ୍ର କହିଲେ ଯେ , ଦୀର୍ଘ ୨୬ ବର୍ଷ ଧରି ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ସାମଗ୍ରିକ ବିକାଶ ସହିତ ମହିଳା ସଶକ୍ତି କରଣ ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରିଅଛନ୍ତି। ତେବେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ଏହି ବିଶାଳ ମହିଳା ସମାବେଶ ରେ ରାଜ୍ୟସ୍ତରୀୟ ନେତ୍ରୁମଣ୍ଡଳୀ ଙ୍କ ସମେତ ଜିଲ୍ଲାର ସାଂସଦ ଓ ସମସ୍ତ ବିଧାୟକ ଓ ସବୁବ୍ଲକ ର ପଞ୍ଚାୟତର ପ୍ରତିନିଧି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ମହିଳା ର ସମ୍ପାଦିକା ଲିପାଲି ରାଉଳ , ଜିଲ୍ଲାସମ୍ପାଦିକା ପ୍ରିୟଙ୍କା ମହାପାତ୍ର , ରଘୁନାଥପୁର ବ୍ଲକ ସମ୍ପାଦିକା ସବିତା ସାମନ୍ତରାୟ ,ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପ୍ରିତୀଲତା ମଲ୍ଲ ମଞ୍ଚ ପରିଚାଳନା କରିଥିଲା ବେଳେ, ରେଖାଶ୍ରୀ ମଲ୍ଲିକ , ରିନା ଦାଶ , ବିଷ୍ଣୁପ୍ରିୟା ସାହୁ , ପ୍ରମୋଦିନି ସେଠୀ , ରଶ୍ମିତା ମହାପାତ୍ର , ରୋଜାଲିନ ସ୍ୱାଇଁ , ଶୁଭଦ୍ରା ଦାସ ଓ ରିତାନଜଳି ମଲ୍ଲିକ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା