ଶିଶୁମନ୍ଦିରରେ ଶ୍ରୀକୃଷ୍ଣବେଶ ପ୍ରତିଯୋଗିତା

ରାଜ୍ୟ
Share

ତିର୍ତ୍ତୋଲ  : ତିର୍ତ୍ତୋଲ ବ୍ଲକ ର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଛତ୍ରମଠ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଉପଲକ୍ଷେ ଶ୍ରୀକୃଷ୍ଣ ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ, ଭାଗବତ ବହିର ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପଠନ, ଆହା ମୋ ନନ୍ଦ ଗୀତ ଗାୟନ, ସରଲବଣୀ ବଣ୍ଟନ, ଓ ଶେଷରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଶିଶୁ ବଟିକା ବିଭାଗର ପଚିଶି ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ, ଆନନ୍ଦ ଉଲ୍ଲାସ ସହ ପବିତ୍ର ଜନ୍ମାଷ୍ଟମୀ ବିଦ୍ୟାଳୟ ରେ ପାଳିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ସଂକୁଳ ପ୍ରମୁଖ ଅମର ଜ୍ୟୋତି ସାହୁ, ସଭାପତି ଧୁନ ଚନ୍ଦ୍ର ସେନାପତି, ସମ୍ପାଦକ ସୂର୍ଯ୍ୟନାରାୟଣ ପରିଡା, ଯୁଗ୍ମସମ୍ପାଦକ ବିଜୟ ପଣ୍ଡା, ଉପସଭାପତି ଅଲେଖ ଚରଣ ସେଠୀ, କୋସାଧ୍ୟକ୍ଷ ସୁଦାମ ଚରଣ ଦାସଙ୍କ ସହ ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ଯୋଗ ଦେଇ ପିଲାମାନଙ୍କୁ ଉତ୍ସହହିତ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଗୁରୁମା ମଞ୍ଜୁଶ୍ରୀ ବେହେରା, ସାବିତ୍ରୀ ମହଲା, ଶୁଭଶ୍ରୀ ତ୍ରିପାଠୀ, କମଳିନୀ ଶତପଥି, ସୁପ୍ରଭା ନାୟକ, ସରୋଜିନୀ ରାଉତ, ଦେବସ୍ମିତା ରାଉତ, ଶିବ ପ୍ରସାଦ ନନ୍ଦ ଓ ଅଶୋକ କୁମାର ସିଂହ ସହଯୋଗ କରିଥିଲେ,

Leave a Reply

Your email address will not be published. Required fields are marked *