ହିନ୍ଦୀ ଶିକ୍ଷକ ବିଜୟ ମହାନ୍ତିଙ୍କ ସେବାନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ

ରାଜ୍ୟ
Share

ଝଙ୍କଡ଼ (୯/୯) :  ଭାରତୀୟ ରାଷ୍ଟ୍ରଭାଷା ହିନ୍ଦୀଶିକ୍ଷା ର ପ୍ରଚାର ପ୍ରସାର କ୍ଷେତ୍ରରେ ଜଗତସିଂହପୁରଜିଲ୍ଲାରେ ଉଲ୍ଲେଖନୀୟ ଅବଦାନ ଥିବା, ଆଦର୍ଶ, କର୍ମନିଷ୍ଟ , ପରୋପକାରୀ ହିନ୍ଦୀଶିକ୍ଷକ ବିଜୟ କୁମାର ମହାନ୍ତି ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ, ତିର୍ତ୍ତୋଲସ୍ଥିତ ସରକାରୀ ଉଚ୍ଚ ବାଳିକାବିଦ୍ୟାଳୟ ରେ ଗତ ଶନିବାର ଦିନ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ସେଠୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତିର୍ତ୍ତୋଲ ବ୍ଲକ ଶିକ୍ଷାଅଧିକାରୀ ଅକ୍ଷୟ କୁମାର କର ମୁଖ୍ୟବକ୍ତା ସୁବାଷ ଚନ୍ଦ୍ର ଦାସ  ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର , ସମିତି ସଭ୍ୟ ପ୍ରବୀର କୁମାର ରାୟ , ଓସ୍ତାର ପ୍ରାକ୍ତନ ସମ୍ପାଦକ ବସନ୍ତ କୁମାର ଦାସ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା , ପୂର୍ବତନ ଶିକ୍ଷୟତ୍ରୀ ଉର୍ମିଳା ସୁନ୍ଦରୀ କର ଓ  ତିର୍ତ୍ତୋଲ ସିଆରସି ଅକ୍ଷୟ କୁମାର ନାୟକ ପ୍ରମୁଖ ବିଦାୟୀ ଶିକ୍ଷକ ବିଜୟ ମହାନ୍ତି, ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କୁ ହିନ୍ଦୀଶିକ୍ଷା ସହିତ, ବୈଶୟିକ ବିଜ୍ଞାନ ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ, ପ୍ରଶାସନିକ ବ୍ୟବସ୍ଥା ର ପରିଚାଳନା କରିବାରେ ପ୍ରମୁଖ ଦାୟିତ୍ଵ ନିର୍ବାହ କରୁ ଥିଲେ ।

ଏହି ଅବସରରେ ତାଙ୍କୁ ବିଭି୍ନ ଶିକ୍ଷାସଙ୍ଗଠନ ତାଙ୍କୁ ଉତ୍ତରୀୟ ମାନପତ୍ର ଓ ଉପଢ଼ୌକନ ଆଦି ପ୍ରଦାନ କରଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସୁନନ୍ଦା ସାହୁ । ପ୍ରସନ୍ନ କୁମାର ବିଶ୍ବାଳ , ସମିଧା ବେହେରା , ଶୁଭଦର୍ଶୀନି ଖଟୁଆ ଓ ପ୍ରତିମା ଆଚାର୍ଯ୍ୟ ଙ୍କ ସମେତ ଶିକ୍ଷାକର୍ମୀ ତିବିକ୍ରମ ସ୍ୱାଇଁ , ଗୁରୁଚରଣ ସ୍ୱାଇଁ , ଓ ନିକୁଞ୍ଜକେତନ ମହାନ୍ତି ପ୍ରମୁଖ, ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *