ଜନନେତା ବସନ୍ତ ବିଶ୍ୱାଳ ଙ୍କ ୨୦ତମ ଶ୍ରାଦ୍ଧୋତ୍ସବରେ କଂଗ୍ରେସକୁ ମଜଭୁତ କରିବାକୁ ଆହ୍ବାନ

ରାଜ୍ୟ
Share

ଝଙ୍କଡ଼ :  କ୍ରାନ୍ତିକାରୀ ଜନନେତା ତଥା ଓଡିଶା ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ବାଳ ଙ୍କ ୨୦ ତମ ଶ୍ରାଦ୍ଧୋତ୍ସବ ତିର୍ତ୍ତୋଲ ସ୍ଥିତ ବୀଣାପାଣିମଣ୍ଡପ ରେ ଗତ ଗୁରୁବାର ଦିନ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବସନ୍ତ କୁମାର ବିଶ୍ବାଳ ସ୍ମୃତିକମିଟି ର ଆବାହକ ଡକ୍ଟର କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେଯେ , ଅମଲାତନ୍ତ୍ର କୁ ଜନପ୍ରତିନିଧି ମାନଙ୍କ ଦ୍ଵାରା ପରିଚାଳିତ କରିବାର ଦକ୍ଷତା କେବଳ ବସନ୍ତ ବାବୁ ଙ୍କ ପାଖରେ ଥିଲା। ମାତ୍ର ଆଜି ଆମ ରାଜ୍ୟରେ ଜନପ୍ରତିନିଧିମାନେ, ଅମଲାଙ୍କର କ୍ରୀତଦାସ ପାଲଟି ଯାଇଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ବସନ୍ତ ବିଶ୍ୱାଳ ଥିଲେ ସେ ଏହାକୁ ସହ୍ୟ କରିପାରିନଥାନ୍ତେ । ବହୁ ଘାତପ୍ରତିଘାତ ମଧ୍ୟରେ ସେ ଶେଷଜୀବନ ପର୍ଯ୍ୟନ୍ତ କଂଗ୍ରେସ କୁ ଛାଡ଼ିପାରିନଥିଲେ। ତେଣୁ ଆଜି ଗଣତନ୍ତ୍ରର ଶଙ୍କଟଜନକ ପରିସ୍ଥିତିରେ , ସବୁ କଂଗ୍ରେସ ଲୋକ ଏଖାଠି ହୋଇ କଂଗ୍ରେସ କୁ ମଜଭୁତ କରିପାରିଲେ , ତାହାହିଁ ହେବ ବସନ୍ତ ବାବୁ ଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ମୁଖ୍ୟବକ୍ତା ସାମ୍ବାଦିକ ଓ ସମାଜସେବୀ ଅରୁଣ ପଣ୍ଡା କହିଲେ ଯେ , ଓଡିଶା ର ନବନିର୍ମାଣ କ୍ଷେତ୍ରରେ ବସନ୍ତ ବିଶ୍ୱାଳ ଥିଲେ ବାସ୍ତବିକ ଆଉଜଣେ ମର୍କତ କେଶରୀ। ତାଙ୍କ ଦ୍ବାରା ପ୍ରଜାତନ୍ତ୍ର ର ନବକଳେବର, ଓ କଟକ ରେ ସାରଳା ସାହିତ୍ୟ ସଂସଦ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସେଠାରେ ତାଙ୍କପ୍ରତି ଯଥାର୍ଥସମ୍ମାନ ଦିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥଲେ। ତିର୍ତ୍ତୋଲ ବ୍ଲକ କଂଗ୍ରେସର ସଭାପତି ନିହାର ରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ , ଉପସଭାପତି ଧନଞ୍ଜୟ ସୁତାର ଅତିଥିପରିଚୟ ପ୍ରଦାନ କରିଥିବା ବେଳେ, ପୁର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟମହିଳା କଂଗ୍ରେସ ର ଉପସଭାପତୀ ପ୍ରତିମ ମଲ୍ଲିକ , ଦିଲ୍ଲୀପ କୁମାର ମହାନ୍ତି , ବିଶିଷ୍ଟ କଂଗ୍ରେସ୍ ନେତା ଦେବପ୍ରାସାଦ ନାୟକ , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ସାଫି ଆକାମ ପ୍ରମୁଖ ମଞ୍ଚାସିନ ହୋଇ , ସ୍ୱର୍ଗତ ବସନ୍ତ ବିଶ୍ୱାଳ ଙ୍କ ସହିତ ନିଜ ନିଜର ଅନୁଭୂତି ଓ ତାଙ୍କର ରାଜନୈତିକ ଜୀବନର ବିଶେଷତ୍ଵ ଓ ବୈଶିଷ୍ଟ୍ୟ ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଡକ୍ଟର ବିମଳ କୁମାର ପଣ୍ଡା ଙ୍କୁ ବସନ୍ତ ବିଶ୍ୱାଳ ସେବାସମ୍ମାନ ମଣିଜଙ୍ଗା ପଞ୍ଚାୟତ ର ପୂର୍ବତନ ସରପଂଚ ପ୍ରହ୍ଲାଦ ଚନ୍ଦ୍ର ସାହୁ ଙ୍କୁ ସମାଜସେବା ସମ୍ମାନ ଓ କବି ଗୋଲକ ବିହାରୀ ପଲାଇ ଙ୍କୁ ସଂସ୍କୃତିସମ୍ମାନ ନିମନ୍ତ୍ରିତ ଅତିଥିମାନଙ୍କଦ୍ଵାରା ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ବ୍ଲକର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି , ସମିତି ସଭ୍ୟ ଅଜୟ କୁମାର ରାଉଳ , ସମାଜ ସେବୀ ବ୍ରଜ କିଶୋର ମଲ୍ଲିକ , ସତ୍ୟଭୂଷଣ ଦାସ ଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ଓ ବସନ୍ତ ପ୍ରେମୀମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *