ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜୈନରେ ବାବା ମହାକାଳଙ୍କୁ କଲେ ଦର୍ଶନ

ଦେଶବିଦେଶ
Share

yogi

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ବାବା ମହାକାଳଙ୍କୁ ଅଭିଷେକ କରି ରୁଦ୍ରାକ୍ଷ ଏବଂ ମଖାନାର ମାଳା ପିନ୍ଧାଇବା ସହ ବସ୍ତ୍ର ଅର୍ପଣ କରିଥିଲେ। ସିଏମ୍‌ ଯୋଗୀଙ୍କର ଏହା ସମ୍ପୂର୍ଣ୍ଣ ଧାର୍ମିକ ଗସ୍ତ ଥିଲା। ଏହି ସମୟ ମଧ୍ୟରେ ସେ କୌଣସି ନେତାଙ୍କୁ ଭେଟି ନ ଥିଲେ କି ଗଣମାଧ୍ୟମ ସାମ୍ନାରେ କିଛି କହି ନ ଥିଲେ।

ବାବା ମହାକାଳଙ୍କୁ ଦର୍ଶନ କରିବା ପରେ ଯୋଗୀ ଆଦିତ୍ୟନାଥ ନାଥ ସମ୍ପ୍ରଦାୟର ମୁଖ୍ୟ ସ୍ଥଳୀ ଭାବରେ ପରିଚିତ ରାଜା ଭର୍ତ୍ତୃହରିଙ୍କ ଗୁମ୍ଫା ପରିଦର୍ଶନ କରିଥିଲେ। ସେଠାରେ ଗୁରୁଜନମାନଙ୍କୁ ସେ ପ୍ରଣାମ କରିଥିଲେ।

ଯୋଗୀ ଆଦିତ୍ୟନାଥ ମହାକାଳ ମନ୍ଦିରର ଗର୍ଭଗୃହରେ ୩୦ ମିନିଟରୁ ଅଧିକ ସମୟ ରହିଥିଲେ। ଏହାପରେ ସିଏମ୍‌ ମହାନିର୍ବାଣୀ ଅଖାଡ଼େର ମହନ୍ତ ଭିନିତ୍‌ ଗିରିଙ୍କୁ ଭେଟିଥିଲେ। ଏହି ସମୟରେ ମହନ୍ତ ବାବା ମହାକାଳଙ୍କ ସ୍ମୃତି ଚିହ୍ନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଇଥିଲେ।

ଭର୍ତ୍ତୃହରି ଗୁମ୍ଫାର ମହନ୍ତ ରାମନାଥ ମହାରାଜ ଯୋଗୀ ଆଦିତ୍ୟନାଥଙ୍କୁ ୫୧ କିଲୋଗ୍ରାମର ପିତ୍ତଳ ତ୍ରିଶୂଳ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାପରେ ସିଏମ୍‌ ଯୋଗୀ ସାଧୁସନ୍ଥମାନଙ୍କୁ ଭେଟି ଇନ୍ଦୋର ଫେରିଯାଇଥିଲେ।

Leave a Reply

Your email address will not be published. Required fields are marked *