ଝଙ୍କଡ଼ (୧୬/୯) : ଝଙ୍କଡ଼ ସାରଳାରୋଡ, କନକପୁର ସ୍ଥିତ, ଝଙ୍କଡ଼ ସତସଙ୍ଗ କେନ୍ଦ୍ରରେ ଗତ ତା ୧୮/୮/୨୦୨୩ ରିଖ ଭାଦ୍ରବ ମାସ ରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମଉତ୍ସବ ଉପଲକ୍ଷେ, ଆୟୋଜିତ ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ଶନିବାର ଦିନ ସନ୍ଧ୍ୟାରେ , ବିପୁଳ ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏଥି ନିମନ୍ତେ ପ୍ରତିଦିନ , ନିତ୍ୟପୂଜକ ପଣ୍ଡିତ ସତୀଶ ନନ୍ଦ ଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ଆରତୀପରେ ସତସଙ୍ଗ, ସମୂହପ୍ରାର୍ଥନା , ଗ୍ରନ୍ଥପଠନ ,ଓ ଭଜନ କୀର୍ତ୍ତନ ସହିଟ ସଦାଆଲୋଚନା କରଯାଇଥିଲା ।
ସତସଙ୍ଗର ସଭାପତି ସାରଦା ପ୍ରସନ୍ନ ଦାଶ ଙ୍କ ଉପସ୍ଥିତରେ , ସତ୍ୟବାନ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ତିର୍ତ୍ତୋଲର ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସତସଙ୍ଗସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଟକର ଅମରନାଥ ବାନାର୍ଜୀ କହିଲେଯେ , ଇଷ୍ଟ ଲାଗି କର୍ମ କରା, ସେଇତ ହୁଏ ପୁଣ୍ୟଭରା , ବ୍ୟକ୍ତି ପ୍ରତିଷ୍ଠା ପୂର୍ବରୁ ଇଷ୍ଟ ପ୍ରତିଷ୍ଠା ଅତ୍ୟନ୍ତ ଜରୁରୀ ଓ ଅପରିହାର୍ଯ୍ୟ। ବିପାକ ପଥେ ହାତଧରି ଯିଏ ଚଲାର କାଇଦା ଶିଖାଇ ଦିଏ , ତାଙ୍କୁ ହିଁ ଜାଣିଥା ଗୁରୁ ବୋଲି ଅଭୟପଥେ ସେଇତ ନିଏ । ତେବେ ଏହି ସମସ୍ତ୍ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ , ଅଧ୍ୟାପକ ଦୀପକ କୁମାର ସିଂହ , ପ୍ରଶାନ୍ତ କୁମାର ଲେଙ୍କା , ବିଷ୍ଣୁ ଚରଣ ସାହୁ , ଆଇନଜୀବୀ ଟୁକୁନ ଚରଣ ସେଠୀ , ଜ୍ୟୋତିରଞ୍ଜନ ମହାରଣା , ସୁଦର୍ଶନ ମହାନ୍ତି , ଅନ୍ନପୂର୍ଣା ମହାରଣା , ସସ୍ମିତା ତ୍ରିପାଠୀ , ଆରତୀପ୍ରଭା ମହାନ୍ତି , ଜିନିତା ସାହୁ , ରବିନ୍ଦ୍ର କୁମାର ଦଶ , ରବିନାରାୟଣ କର ଓ ବ୍ରଜକିଶୋର ମଲ୍ଲିକ ଙ୍କ ସମେତ ଶତାଧିକ ସତସଙ୍ଗ ପ୍ରେମୀ ଭାଇ ଭଉଣୀ ମାନେ, ପରିଚାଳନା କରିବା କ୍ଷେତ୍ର ରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ସତସଙ୍ଗ ଚାଲିଥିଲା ବେଳେ ସମୂହ ବନ୍ଦେ ପୁରୁଷୋତ୍ତମ ଧ୍ଵନୀ ଏକ ଅପୂର୍ବ ଭାବମୟ ପରିବେଶ ସୃଷ୍ଟି କରିଥିଲା ।